STORYMIRROR

Prabina kumar Kabi

Romance

2  

Prabina kumar Kabi

Romance

ଜହ୍ନରେ ରହିବି କଳଙ୍କ ହୋଇ..

ଜହ୍ନରେ ରହିବି କଳଙ୍କ ହୋଇ..

1 min
2.2K


ଜୀବନଟା ସାରା କଟିଗଲା ମୋର

ମିଛ କର୍ତ୍ତବ୍ୟର ବୋଝ ମୁଣ୍ଡେଇ

ତୁମପାଇଁ କିଛି କରିପାରିନାହିଁ

ସମାଜର ଦ୍ଵାହିଦେଇ।

ବସନ୍ତେ ତୁମକୁ ଫୁଲ ଦେଇନାହିଁ

ଫଗୁଣେ ଢାଳିନି ରଙ୍ଗ,

ଶୁଣିନି କେବେବି ମାନ ଅଭିମାନ

ଦେଇନି ପ୍ରୀତିର ସଙ୍ଗ।

ଏତିକି କେବଳ କହୁଛି ସଖି ଗୋ

ସାକ୍ଷୀ ରହିଲା ଏ ଜୁଇ,

ମୁଁ ମଲା ପରେ ତୁମପାଇଁ ନିଶ୍ଚେ

ଜହ୍ନରେ ରହିବି କଳଙ୍କ ହୋଇ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance