ଜହ୍ନରାତି
ଜହ୍ନରାତି


ଜହ୍ନ ରାତିର ମାଦକ
ପୁନେଇ ପଖାଳା ଚାନ୍ଦ
ଝରି ପଡ଼ୁଅଛି ବିମଳ ଯୋଜନା
ଗାଉଛି ପ୍ରୀତିର ଚ୍ଛାନ୍ଦ ।
ଭୋକ ହାଣ୍ଡିଏକୁ ପେଟର ତାତି
ଲୁହ ଆଖିଏକୁ ଭିଜୁନି ମତି
ଗରିବ ଘରେ
ଜହ୍ନ ଖେଳୁଛି ଦୋଳି
ଚୁଲି ଉପରେ ହାଣ୍ଡିଏ ପାଣିରେ
ଫୁଟି ଫୁଟି ଶାନ୍ତ ଥକି ଗଲାଣି
ବୋଧେ ଫୋଟକା ମେଳି ॥
ମାଆ ରହିଛି ଚାହିଁ
ଆସିଲେ ଚାଉଚ୍ଚ ହେବ ରୋଷେଇ
ପୁଅ ଝାଉଁଳି ଶୋଇଛି
ସହି ପାରୁନି ଭୋକର ଜ୍ଵାଳା
ଜ୍ୟୋତ୍ସ୍ନାରେ ଭିଜି ମନ କରୁନି
ସାଂଗମେଳ ଖେଳା । । ।
ନାଳ କଡ଼ରେ ମହୁଲି ନିଶାରେ
ଥକି ଶୋଇଛି ବାପା
&nbs
p; ରଜତ ଧବକ ଶୀତଳ କିରଣେ
ନିଶା କୋଳରେ ଚାପା ॥
କାହାରିକୁ ଦିଶୁ ନାହିଁ
ଭୋକ ଆଉ ନିଶା
ସବୁ ସପୁନକୁ ଦିଅନ୍ତି ଧୋଇ ।
ଶୁନ୍ ଶାନ ଚୁପ୍ ଚାପ୍ ଜହ୍ନରାତି
କୁକୁର ଭୋକେ
କୋକିଶିଆଳର ହୁକେ
ନିଶାଚର ସବୁ ଗଲେଣି ଶୋଇ
ଜୋତ୍ସ୍ନାବିଧୌତ ତରଳ ପଦାର୍ଥ
ପେଟେ ପିଇ ।
ମାତ୍ର ନିରିମାଖି ମା'
କୋହ -ଲୁହ ମିଶା ବତୁରା ଛାତିରେ
ନିସ୍ତବ୍ଧ ଜହ୍ନ ରାତିରେ
. ଶୋଇ ପାରୁନି
କାଳେ ଜହ୍ନ ବୁଡ଼ିବା ବେଳେ
ନୂତନ ସମ୍ଭାବନାର ସୂର୍ଯ୍ୟ ଉଇଁବ
.. କଳାବାଦଳ ଉଭେଇ ଯିବ
ଜହ୍ନ ଆଉ ଫେରିବନି ନିଇତି
ଗରିବ ଲୁହରେ ଗାଧୋଇ
ମୁଁହକୁ ଲୁଚେଇ ଶୁଖେଇ ।