STORYMIRROR

GAGAN KUMAR DASH

Inspirational

4  

GAGAN KUMAR DASH

Inspirational

ଜହ୍ନର ଠିକଣା

ଜହ୍ନର ଠିକଣା

1 min
232



ପଚାରିଲି ଦିନେ   ଗୁରୁଙ୍କୁ ମୋହର

      ଜହ୍ନର ଠିକଣା କୁହ,

ଅନାଥ ପିଲା ମୁଁ   କିଛି ଜାଣି ନାହିଁ

    ନାହିଁ ମୋର ଲୋଭ ମୋହ ‌।


ପିଲାଟି କହିଲା   ଶୁଣୁଥିଲି ମୁହିଁ

    କହୁଥିଲେ ଲୋକେ ମତେ,

ତୋର ପିତାମାତା  ଜହ୍ନ ରାଇଜକୁ

     ବୁଲି ଯାଇଛନ୍ତି ସତେ ।


ବାପା ଆସେ ନାହିଁ ମାଆ ଆସେ ନାହିଁ

     ରହିଛି ବାଟ ଅନାଇ,

ଭାବୁଛି ଜହ୍ନରେ   ଠିକଣାରେ ଏବେ

      ପତ୍ରଟି ଲେଖିବି ମୁହିଁ ।


ବାଟ ଭୁଲିଗଲେ କେଉଁ ଆଡେ ଗଲେ

     ଠିକଣା ତାଙ୍କ ନ ମିଳେ,

ଜହ୍ନ ରାଇଜର   ଠିକଣା ନ ମିଳେ

   ଫେରି ଆସିବେ ଲେଖିଲେ ।


ବେଳେବେଳେ ଭାବେ ଜହ୍ନ ରାଜ୍ୟ ଯାଇ

     ବାପାଙ୍କ ପାଖକୁ ଯିବି,

କାହିଁକି ରଖିଛ  ମୋ ବାପା ମାଆଙ୍କୁ

      ନ ହେଲେ ମୁହିଁ ମରିବି ।


କହିବି ବାପାଙ୍କୁ   ଜହ୍ନ ରାଇଜରେ

     ତୁମର ଅଛି କି କାମ,

ପୃଥିବୀ ଭିତରେ   ଖୋଜୁଅଛି ମୁହିଁ

     ପାଉନି ତୁମର ନାମ ।


ଜହ୍ନର ଠିକଣା   ନେଇ ମୁହିଁ ଯିବି

    ଯଦି ନ ଫେରିବେ ପିତା,

ସେଠାରେ ସୁନ୍ଦର  ପ୍ରାସାଦ ତୋଳିବି

     ରହିବେ ମୋ ପିତାମାତା ।


ତାଙ୍କରି କୋଳରେ   ମୁଣ୍ଡ ରଖି ମୁହିଁ

     ଗାଇବି ପ୍ରେମର ଗୀତ,

ମୋ ମୁଣ୍ଡ ଆଉଁସି ମାଆ ଶୋଇଦେବେ

     ଖୁଆଇବେ ଡାଲି ଭାତ ।


ଜହ୍ନର ଠିକଣା   ନ ମିଳିଲେ ନାହିଁ

     କ୍ରୋଧରେ କହୁଛି ଶୁଣ,

ଅଭିଶାପ ଦେଲି   କଳଙ୍କ ଲାଗିବ

    କଳାଧଳା ହେବ ଗୁଣ।



Rate this content
Log in

Similar oriya poem from Inspirational