STORYMIRROR

Sagar Kumar Parida

Abstract Others

3  

Sagar Kumar Parida

Abstract Others

ଜହ୍ନର ଠିକଣା

ଜହ୍ନର ଠିକଣା

1 min
478

ଜହ୍ନର ଠିକଣା ଆକାଶ ଦେଶରେ

ତାରାଗଣ ଅଧିପତି,

ପୂର୍ଣ୍ଣିମା ରାତିରେ ପୂର୍ଣ୍ଣଚନ୍ଦ୍ରମାରେ

ଶୀତଳ କିରଣ ବୃଷ୍ଟି।।

କଳା ବାଦଲରେ ଲୁଚିଯାଏ କେବେ

ଆମରି ସରଗ ଶଶୀ

କଇଁ ଚାହିଁଥାଏ ଜହ୍ନ ମାମୁଁ ମୁଁହ

ହୃଦୟରେ ଭରି ପ୍ରୀତି।।

ଶୁଣିଛି ପୁରାଣେ ଆଶୁତୋଷଙ୍କର

ମସ୍ତକେ ଜହ୍ନର ବାସ,

ଚନ୍ଦ୍ରଶେଖର ନାମରେ ବିଖ୍ୟାତ

ମା ପାର୍ବତୀଙ୍କର ଇଶ।।

ସମୁଦ୍ର ମନ୍ଥନୁ ସୃଷ୍ଟି ଚନ୍ଦ୍ରମାର

ଦେବତା ରାଇଜେ ବାସ,

ମାତା ଲକ୍ଷ୍ମୀଙ୍କର ଭାତ୍ରା ହେତୁ ମାମୁଁ

ଡାକରେ ତାଙ୍କ ହରଷ।।

ଅଝଟ ହୋଇଲେ ପିଲାମାନେ କେବେ

ମା ଡାକେ ଜହ୍ନ ମାମୁଁ,

ମୋ ପୁଅ ପାଖକୁ ଆସ ତୁହିଁଥରେ

ଖେଳିବ ତୋ ସାଙ୍ଗେ ମନୁ।।

ଜହ୍ନକୁ ନେଇକି ଅନେକ କାହାଣୀ

ଅନେକ କବିତା ମାନ,

ଚୋର ତସ୍କରଙ୍କ ପାଇଁ ଜହ୍ନରାତି

ଅଟଇ ବିଷ ସମାନ।।

ମହାକାଶଚାରୀ ଗଣଙ୍କର ତୁମେ

ପରୀକ୍ଷା ନିରୀକ୍ଷା ସ୍ଥଳୀ,

ବାସକରି ତୁମ ପୃଷ୍ଠରେ ରହିବା

ରହିଛି ଇଚ୍ଛା ତାଙ୍କରି।।

ପୃଥିବୀର ତୁମେ ଉପଗ୍ରହ ସିନା

ରହିଅଛ ବହୁଦୂରେ,

ମହାକାଶଯାନ ଗୋଟିଏ ମାଧ୍ୟମ

ଯିବାକୁ ତୁମ ପାଖରେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract