STORYMIRROR

Chittaranjan Parida

Romance

3  

Chittaranjan Parida

Romance

ଜହ୍ନର ଠିକଣା

ଜହ୍ନର ଠିକଣା

1 min
460

ଖୋଜୁଅଛି ଆଜି ମୁହିଁ

ଜହ୍ନର ଠିକଣା

ଖୋଜି ଖୋଜି ହୋଇ ଯାଏ

ମନ ପଥେ ବଣା

କିଏ ମୋତେ ଦେବ ତା'ର ଠିକଣା ।

ବାଦଲକୁ ପଚାରିଲି

ମୁହଁ ଦେଲା ଲୁଚି

ଜାମିନୀକୁ ପଚାରିଲେ

ନୀରବ ରହୁଛି

ବୋଧେ ଠିକଣା ଅଜଣା

କିବା ଜାଣି ବି ଅଜଣା

କିଏ ମୋତେ ଦେବ ଜହ୍ନ ଠିକଣା।

ସରସୀକୁ ପଚାରିଲି

ଦେଲା ସିଏ ହସି

ଜୋଛନାକୁ ପଚାରିଲି

ଗଲା ସିଏ ରୁଷି

ବୋଧେ ଠିକଣା ଅଜଣା

କିବା ଜାଣି ବି ଅଜଣା

କିଏ ମୋତେ ଦେବ ଶଶୀ ଠିକଣା ।

ଶିଶିରକୁ ପଚାରିଲି

ଗଲା ସିଏ ଝରି

ଶେଫାଳୀକୁ ପଚାରିଲି

ମନ କଲା ଭାରି

ବୋଧେ ଠିକଣା ଅଜଣା

କିବା ଜାଣି ବି ଅଜଣା

କିଏ ମୋତେ ଦେବ ଜହ୍ନର ଠିକଣା ।

କଥା ଦେଇଛି ପ୍ରିୟାକୁ

ହାତେ ଦେବି ଜହ୍ନ

ଦେଇ ନ ପାରିଲେ ସିଏ

ଫେଡାଇବ ମନ

ମୋର ମନ ହୁଏ ବଣା

ମନ କରିବ ସେ ଉଣା

କିଏ ମୋତେ ଦେବ ଜହ୍ନ ଠିକଣା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance