Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Inspirational

5.0  

ବି. ନିରୁପମା

Inspirational

ଜହ୍ନି ଫୁଲ ହସୁଛି

ଜହ୍ନି ଫୁଲ ହସୁଛି

1 min
7.5K



ଜହ୍ନିଫୁଲ ଏବେ ଖାଲି

କିରିକିରି ହସୁଛି,

ବୃନ୍ଦାବତୀ ପୂଜାଲାଗି

ନିତି ନିତି ଆସୁଛି ।

ଓଷେଇତୁଣିଏଁ ତାକୁ

ଆଞ୍ଜୁଳିରେ ଧରିକି ,

ଗୁହାରି କରନ୍ତି ପରା

କେତେ ମନ ଭରିକି ।

'ରାଜାପୁଅ ଭଳି ବର

ପୁଅ,ଝିଅ କୋଳରେ ,

ତାହାଙ୍କ ମୁଖକୁ ଚାହିଁ

ସୁଖେ ଯାଉ ବେଳରେ ।

ସଉଭାଗ୍ୟବତୀ ମାଆ

କରିଦିଅ ଆମକୁ ,

ଭକତିରେ ପୂଜି ଆମେ

ଡାକୁଛୁ ତୋ ନାମକୁ ।

ଆଞ୍ଜୁଳି ଆଞ୍ଜୁଳି ଦେଉ

ଜହ୍ନିଫୁଲ ପରଷି ,

ତୋଷହୋଇ ଆମପରେ

କୃପା ଦିଅ ବରଷି ।'

ଆନ ହିତ ମନାସୁଛି

ସତେ ଜହ୍ନିଫୁଲଟି ,

ତୁଳନାକରି ହୁଏନା

ଅମୂଲ ତା' ମୂଲଟି।


ବି ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Inspirational