ଝଙ୍କୃତ ବୀଣା ଇଏ
ଝଙ୍କୃତ ବୀଣା ଇଏ
ମୁଁ ମିଛ ତମେ ସତ
ସଂସାର ଖେଳ ଇଏ
ମୁଁ ପାପ ତମେ ପୂଣ୍ୟ
ସହଭାଗିତା ରେ ଯାଏ
ମୁଁ ଅହଂକାର ତମେ ନିର୍ବିକାର
ପୂଜା ପଦ୍ଧତି ଆପାଣାଏ
ମୁଁ ସ୍ୱାର୍ଥ ତମେ ପରମାର୍ଥ
ବିଶ୍ୱାସ ଏଇଠି ଥାଏ
ମୁଁ ଇର୍ଷା ତମେ ଆର୍ଶୀବାଦ
ନିଶ୍ୱାସ ନେବାକୁ ଶିଖାଏ
ମୁଁ ରାଗ ତମେ ପରମାତ୍ମା
ସବୁଜିମା ଭରିଯାଏ
ମୁଁ ଦ୍ୱେଷ ତୁମେ ଆନ୍ତରିକତା
ମମତା ର ଫଲଗୁ ବହେ
ମୁଁ କାମନା ତୁମେ ନିର୍ବାଣ
ଅବର୍ଣ୍ଣନୀୟ ସଂଜ୍ଞା କହେ
ମୁଁ ଲୋଭ ତୁମେ ନିରାକାର
ଆଶୁରିକ ଶକ୍ତି ଶାନ୍ତି ପାଏ
ମୁଁ ମାୟା ତୁମେ ଅନିବାର୍ଯ୍ୟ
ନିର୍ବାଣ କି କୁହାଯାଏ
ମୁଁ ମୋହ ତୁମେ ସ୍ୱୟଂସିଦ୍ଧ
ସଚରାଚର ଲୀଳା କହେ
ମୁଁ କାୟା ତୁମେ ଛାୟା
ଓଁ ପରଂବ୍ରହ୍ମ ନିଶ୍ଚୟ ବୋଧହୁଏ.
