STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ଝଙ୍କୃତ ବୀଣା ଇଏ

ଝଙ୍କୃତ ବୀଣା ଇଏ

1 min
400

ମୁଁ ମିଛ ତମେ ସତ 

ସଂସାର ଖେଳ ଇଏ

ମୁଁ ପାପ ତମେ ପୂଣ୍ୟ 

ସହଭାଗିତା ରେ ଯାଏ 

ମୁଁ ଅହଂକାର ତମେ ନିର୍ବିକାର 

ପୂଜା ପଦ୍ଧତି ଆପାଣାଏ 

ମୁଁ ସ୍ୱାର୍ଥ ତମେ ପରମାର୍ଥ 

ବିଶ୍ୱାସ ଏଇଠି ଥାଏ 

ମୁଁ ଇର୍ଷା ତମେ ଆର୍ଶୀବାଦ 

ନିଶ୍ୱାସ ନେବାକୁ ଶିଖାଏ 

ମୁଁ ରାଗ ତମେ ପରମାତ୍ମା 

ସବୁଜିମା ଭରିଯାଏ 

ମୁଁ ଦ୍ୱେଷ ତୁମେ ଆନ୍ତରିକତା 

ମମତା ର ଫଲଗୁ ବହେ 

ମୁଁ କାମନା ତୁମେ ନିର୍ବାଣ 

ଅବର୍ଣ୍ଣନୀୟ ସଂଜ୍ଞା କହେ 

ମୁଁ ଲୋଭ ତୁମେ ନିରାକାର 

ଆଶୁରିକ ଶକ୍ତି ଶାନ୍ତି ପାଏ 

ମୁଁ ମାୟା ତୁମେ ଅନିବାର୍ଯ୍ୟ 

ନିର୍ବାଣ କି କୁହାଯାଏ 

ମୁଁ ମୋହ ତୁମେ ସ୍ୱୟଂସିଦ୍ଧ

ସଚରାଚର ଲୀଳା କହେ 

ମୁଁ କାୟା ତୁମେ ଛାୟା 

ଓଁ ପରଂବ୍ରହ୍ମ ନିଶ୍ଚୟ ବୋଧହୁଏ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract