STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

ଜହ୍ନ

ଜହ୍ନ

1 min
131

ଜହ୍ନ ହେ ତୁମେ ସଞ୍ଜୁଆ ଆକାଶ

     ମରକତ ମଣୀ ହୀରା

ଝଲସି ଉଠଇ ରୁପେଲି ରଙ୍ଗେ

       ଶୀତଳ ଜୋଛନା ଧାରା 

ଶୁକ୍ଳପକ୍ଷେ ଶୁଭ୍ର କୈ।ମୁଦୀ ପ୍ରବାହେ

     ଆଲୋକିତ ହୁଏ ଧରା

ଅନ୍ଧାର ଆକାଶେ ତାରକା ଗହଳେ

      ରୂପ ସତେ କେତେ ତୋରା


ରୋହିଣୀ ମାନସ ହଂସ ନକ୍ଷତ୍ରେଶ  

         କୁମୁଦ ବାନ୍ଧବ ବିଧୂ

କ୍ଷୀରାର୍ଣ୍ଣବ ସମୁଦ୍ଭବ ଶମ୍ଭୁଶୀର

           ମୁକୁଟ‌ ମଣ୍ଡିତ ଇନ୍ଦୁ

ଦଧି,ଶଂଖ ଆଉ ତୁଷାର ବରଣ 

   କ୍ଷାରାବ୍-ଧି ତନୟ ସୋମ

କ୍ଷୀ୍ରିବ୍-ଧି ତନୟା ଭ୍ରାତ ତ୍ରୀ-ଜଗତ  

  ଶୋଭା ରେ ମୋହିଛ ମନ


କୁଆଁର ପୁନେଇଁ ଜହ୍ନ କୁଆଁରୀ

     ମନକୁ କରେ ଉତ୍ତଳା

ଶରତ ରାତିର ଶରଦେନ୍ଦୁ ଶୋଭା

   ପ୍ରେମି କୁ କରେ ବାଉଳା 

ପୁନେଇଁ ଜହ୍ନ ଅନନ୍ତ ଭୂବନ   

    ସୈ।ନ୍ଦର୍ଯ୍ୟ ଉପମା ଖଣି

ବନ୍ଦେ ଜଗତ୍ ଗୁରୁ ଗ୍ରହଶ୍ରେଷ୍ଠ ଚନ୍ଦ୍ର

     ଦ୍ଵିଜରାଜ ପ୍ରଣମାମି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract