ଜହ୍ନ ରାତି
ଜହ୍ନ ରାତି
କହିଥିଲି ତ ,
ତୁମେ ସାଥେ ଥିଲେ ସାଥି ମୋର
ମୋତେ ଜହ୍ନ ରାତି ଲାଗେ ପ୍ରିୟ !!
ତୁମ କୋଳେ ମଥା ରଖି ,
ସମଗ୍ର ଦୁନିଆ ଟା ମୋର ବୋଲି ଭାବି ନିଏ
ଠିକ୍ ଆକାଶ ଛାତିରେ ଫୁଲେଇ ଜହ୍ନ ପ୍ରାୟ !!
କେହି ଜାଣୁ ନ ଜାଣୁ ,
ଈର୍ଷା ତ ଅଛି ସୁନ୍ଦରୀ ଜହ୍ନ ପରେ
କେଉଁ କାଳରୁ ଅବାଧ ମିଳାମିଶା
କୁହତ ଏ ଜହ୍ନ ସାଥେ ବିସ୍ତୀର୍ଣ୍ଣ ଆକାଶର !!
ସମସ୍ତେ ଆମ ଭଳି ବିମୁଗ୍ଧ ,
ସେ ଜ୍ୟୋସ୍ନା ଝରା ରାତ୍ରିର ମାୟାରେ
ପକ୍ଷ ପକ୍ଷର ହିସାବ ଅପେକ୍ଷାରେ ନିତି
କଥା ଦେଇଛି ମୁଁ ପୁଣି ଝୁମିବା ଆମେ ଜହ୍ନ ରାତିରେ !!
ଅସହଜ ହେବିନି ମୁଁ ଜମା ,
ଯଦି ତୁମେ ପଡ଼ିଯାଅ ସେ ଜହ୍ନ ପ୍ରେମରେ
ଜାଣିଛି ମୁଁ ସେ ଜହ୍ନଟା ଅଲାଜୁକି ଭାରି
ବାନ୍ଧି ରଖେ ସୌନ୍ଦର୍ଯ୍ୟରେ ପ୍ରେମିକକୁ ସବୁ ତିଥିରେ !!

