ଜହ୍ନ ହସି କହେ
ଜହ୍ନ ହସି କହେ
ପୁନେଇଁ ଆକାଶୀ ଜହ୍ନ ହସି କହେ
କଇଁ କାନେ ଚୁପି ଚୁପି
ଶରତ ସକାଳ ପାହି ପାହି ଆସେ
ରାତି ତ ଅଳପ ବାକି ।
ଶୀତେଇ ରାତିଟା ବିଥେଇ ହେଉଛି
ତମଷା ଯାଉଛି ଘେରି
ଚାଲିବାକୁ ଆଉ ବାଟ ଦିଶୁ ନାହିଁ
ପ୍ରିୟା କଥା ଝୁରି ଝୁରି ।
ହୃଦୟେ ମେଞ୍ଚାଏ କୋହ ଧରି କେବେ
ମୋହ ଭଙ୍ଗ ହୁଅ ନାହିଁ
ପ୍ରେମ ହିଁ ପବିତ୍ର ଶୁଦ୍ଧ ପୂତ ନିତ୍ଯ
ରଖ ହୃଦେ ସ୍ଥାନ ଦେଇ ।
ପ୍ରିୟା ବୁଝିପାରେ ପ୍ରିୟତ୍ତମ କଥା
କଇଁ ବୁଝେ ଜହ୍ନ କଥା
ପ୍ରେମିକା ବୁଝଇ ପ୍ରେମିକ ମନର
ମନ ତଳ ନିରବତା ।
ଭାବନାରେ ପ୍ରିୟା କଳ୍ପନା ନାୟିକା
ଅଜଣାରେ ଅନାମିକା
ଶବଦରେ ସିଏ ସ୍ପନ୍ଦନ ଟିଏ
କବିର କାବ୍ଯ ନାୟିକା ।