STORYMIRROR

Dr.Sashi Bhushan Mohapatra

Fantasy

3  

Dr.Sashi Bhushan Mohapatra

Fantasy

ଜହ୍ନ ଆଉ ମନ

ଜହ୍ନ ଆଉ ମନ

1 min
351

ଜଣେ କେହି ଅନ୍ୟଜଣଙ୍କୁ ପଚାରିଲା

ଆରେ ଭାଇ ତୁମେ ଜହ୍ନ ସହ ମନକୁ ଯୋଡ଼ିଛ

ସେ କହିଲା, ଜହ୍ନ କ’ଣ ମୋ ସଙ୍ଗାତ

ତା 'ସହିତ ମୋର କିଛି ଭାବ ନାହିଁ

ସେ କିନ୍ତୁ ଅନେକ ପ୍ରେମିକାର ମନର ମିତ ।

ତୁମେ ଟିକେ ପଚାରୁନା ଜହ୍ନକୁ

ସେ କଥାହୁଏ କାହା ସହିତ,

ନିରୋଳା ହସଟିଏ ହସି

ଆର ଜଣଙ୍କ ଉତ୍ତର ଦେଲା

ଜେଜେମା ଯଦି ଅଛନ୍ତି ପଚାର

ନଚେତ ପଚାର ତୁମ ନାତୁଣୀଙ୍କୁ

ସେମାନେ କହିବେ କଥା ହୁଅନ୍ତି କାହା ସହିତ ।

ଜାଣିଛ! ଜହ୍ନ ରାତିର କେତେ ତାତି

ପାରଦରେ ମାପିଲେ ଜାଣିବ

ସେଥିରେ କେତେ ଅଛି ପ୍ରୀତି

ତା'ର ଗୋଟାଏ ଜ୍ୟୋତ୍ସ୍ନା ଫ୍ୟାକଟେରୀ ଅଛି

ପାରଦ ଭଳି ପରାତ ତିଆରି ହେଉଛି ।

ସ୍ଵପ୍ନ ଆଉ ଜହ୍ନର କି ସମ୍ପର୍କ ଜାଣିଛ

ସ୍ୱପ୍ନରେ ଜହ୍ନ ଉଏଁ, ମନରେ ଜହ୍ନ ଡିଏଁ

ମନ ଆଉ ଜହ୍ନ ଦୁହେଁ ମିଶିଗଲେ

ଭାବ ହୁଏ,ପ୍ରେମ ଉଛୁଳେ

ତାପରେ ମନ ପ୍ରେମ ଆକାଶରେ

ପୂର୍ଣ୍ଣିମା ଜହ୍ନପରି ରାଜ କରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy