Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAKESH MUDULI

Children

3  

RAKESH MUDULI

Children

ଝିପିଝିପି ବରଷା ସହ (ଭାଗ - ୨)

ଝିପିଝିପି ବରଷା ସହ (ଭାଗ - ୨)

1 min
208


ଝିପିଝିପି ବରଷାଟା ଭାରି ଅମାନିଆ ସତରେ

ଅବେଳାରେ ଲୁହ ପରି ଟପ୍ ଟାପ୍ ଝରେ ।


ଗୁମ୍ ସୁମ୍ ରହେ ବାଦଲ ଭିତରେ

ଟିପିର୍ ଟିପିର୍ ହୋଇ ମନ ଇଚ୍ଛା ଝରେ ।


ଛପି ଛପି ଘୂରି ବୁଲେ ବାଦଲ ଭିତରେ

ମନ ଇଚ୍ଛା ଟିକେ ପରେ ଟିକେ ଝରେ ଏ ଧରାପୃଷ୍ଠରେ ।


ଦୁମ୍ ଦୁମ୍ ହୋଇ ଝରିପଡ଼େ ମାଟି ଅଗଣାରେ

ଅସୁମାରୀ ଫୋଟକାର ଦୃଶ୍ୟ ଛାପି ସଭିଁଙ୍କ ମନରେ ।


ଟୁପ୍ ଟାପ୍ ହୋଇ ଝରିପଡିଥାଏ ନୂଆଁଣିଆ ଚାଳରୁ

ଛୋଟ ପିଲାମାନେ ଚାହିଁ ରହିଥାନ୍ତି ଭସେଇବାକୁ କାଗଜ ଡ଼ଙ୍ଗା ଦାଣ୍ଡ ପିଣ୍ଡାରୁ ।


ଖିଲି ଖିଲି ହସେ ସେ ସାରୁ ପତରରେ

ଗୁଲ୍ ଗୁଲ୍ କଥା କହେ ଭିଜିଲା ଓଠରେ ।


ଚକମକ ଦିଶେ ସେ ସାରୁ ପତରରେ

ନିଆରା ପୁଲକ ଭରେ ସଭିଁଙ୍କ ମନରେ ।


ବର୍ଷା ତ ବରଷି ଥାଏ ଆପଣା ଇଛାରେ

ସେ ବର୍ଷାରେ ଭିଜୁ ଆମେ ନିଜସ୍ୱ ଢଙ୍ଗରେ ।



Rate this content
Log in

Similar oriya poem from Children