STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଝିପି ଝିପି ବରଷାରେ

ଝିପି ଝିପି ବରଷାରେ

1 min
259


ଝିପି ଝିପି ବରଷାରେ

ବୁନ୍ଦା ବୁନ୍ଦା ଜଳ ଛିଟେ

ଭିଜା ଭିଜା ତନୁ ମୋର

ଗାଇ ଉଠେ ଆଜି

ଉଲ୍ଲାସ ଭରା ଗୀତି

ତୁମ ପାଇଁ ସାଥି 

ମନେ ପଡେ ଆଜି

 ପିଲାଦିନ ଦୁହେଁ

ମିଶି ଖେଳିଛେ କେତେ

ଚକା ଚକା ଭଉଁରୀ

ଖିଲି ଖିଲି ହସ

ଯାଉଥିଲା ଝରି

ଖୋଲି ଶୁଣୁଥିଲେ 

ଦୁହେଁ କେତେ କାହାଣୀ

ଆଇ ମାର ଗପ ପେଡି

ଖୋଲି

ବୁଦା ବୁଦା ବୁଲି

ଖାଇଛେ କେତେ

ଖଟାମିଠା କୋଳି

ବାଲିରେ ଗଢି 

ଭାଙ୍ଗୁଥିଲେ କେତେ

ବାଲିଘର କରି

ତୁମ ନାହିଁ ସାଥି ଏଠି

ଅନ୍ତର କଥାକୁ

ବରଷାର ଛିଟାକୁ

କାଳି ସଜେଇ

ଦେଉଛି ଲେଖି

ମେଘ ସବାରି ରେ

ଦେଇଛି ପଠାଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational