STORYMIRROR

Banasmita Panda

Inspirational

3  

Banasmita Panda

Inspirational

ଝିଅଟି ଜନମି ଥିଲେ

ଝିଅଟି ଜନମି ଥିଲେ

1 min
238


ଝିଅଟି ଜନମି ଥିଲେ

କେତେ କଣ କରିଥିଲି ଆଶା

ତାହା ଲାଗି ବୋଧେ ଖାଲି

ହୃଦୟର ଭାଷା

ତା ପାଇଁ କେତେକଣ କିଣିଥାନ୍ତି

ତାକୁ ସଜେଇ ଥାନ୍ତି

ସୁନା ପରୀ ଦିଶିଥାନ୍ତା

ଲୋକେ ଖାଲି

ଘଡି ଘଡି ରହିଥାନ୍ତେ ଚାହିଁ

ଦେଖିଲେ କହିଥାନ୍ତେ

ଏଇଯେ ଓଡ଼ିଆଣୀ

ଓଡିଶାରେ ଘର ୟାର

କହୁଛି ତାର ମଥାର ଓଢଣୀ

ସଜାଇଥାନ୍ତି ସାଧବ ବୋହୂ ସମାନ

ନାଲି ଓଢଣୀ, ନାଲିପାଟକୁ ଥିରି ଥିରି ଚାଲି

କହିଥାନ୍ତେ ଲୋକେ

ଏ ଓଡିଶା ସଭ୍ୟତା, ସଂସ୍କୃତି ର ମାନ

ବଢି଼ଥାନ୍ତା ସମାଜେ ବାପା, ମାଆର ସମ୍ମାନ

କରିଥାନ୍ତା କେତେ ରକମର ପିଠା ପଣା

ଘରକୁ ବାନ୍ଧି ରଖିଥାନ୍ତା ତା ଆଦର ଭରା ମିଠାପଣ

ଝିଅତ ଦୁଇ କୂଳକୁ ହିତା

ନ ସମ୍ଭlଳିପାରିଲେ

ଦୁଇ କୂଳକୁ ପିତା

ସେ ଯେ ଭଗବାନ ସମାନ ସୃଷ୍ଟି କର୍ତ୍ତା

ସେହିପରି ଅସଂଖ୍ୟ ଗୁଣର ଅଧିକାରୀ ବୋଲି

ସେ ଯେ ବୋଲଇ ମମତା.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational