STORYMIRROR

Premasila Raut

Inspirational

4  

Premasila Raut

Inspirational

ଝିଅର ଦଇନି

ଝିଅର ଦଇନି

1 min
255


ଝିଅ ବୋଲି ମୋତେ କରିଦେନି ପର ଦେ ମାଁ ତୋ କୋଳେ ଜନମ

ଆକୁଳ ହୃଦୟେ ଡାକୁଛି ତୋତେମୁ କରି ତୋ ପାଦେ ପ୍ରଣାମ ।

ଦୁନିଆ କୁ ମୋର ଦେଖିବାକୁ ବାରେ ହେଉଛି ମନ ଅଧିର

ହୃଦୟରେ ତୋର ଜାଗା ଟିକେ ଦେଇ କରିନେ ଥରେ ନିଜର।

ଦୁନିଆକୁ ମୋତେ ଘେନି ନେଲେ ସତେ ଦେବି ତତେ ସର୍ବ ସୁଖ

ସବୁବେଳେ ତୋର ସାଥିରେ ଥାଇ ଦୂର କରିଦେବି ଦୁଃଖ।

ହସି ହସାଇବି କାନ୍ଦି କନ୍ଦାଇବି କରୁଥିବି ତୋର ହିତ

ସେବା କରି ତୋର ଟେକ ରଖିବି ମାଁ ଦେଖିବ ସାରା ଜଗତ ।

ଯାହା କହିବୁ ତୁ ମାନିବି ଅକ୍ଷରେ ଆସୁପଛେ ଯେତେ ବାଧା

ମାନ ସମ୍ମାନ ଓ ଗୁଣ ଚରିତ୍ରରେ ଆଣିବିନି କେବେ ନିନ୍ଦା ।

ବାପା କଥା ଧରି ମାରିଦେନି ମୋତେ ଦେଇ ଯେ କେତେ କଷଣ

ଗରଭରୁ ତୋର କରିଦେନି ନଷ୍ଟ ନେଇ ମୋ ଟିକି ପରାଣ ।

ଝିଅ ବୋଲି କଣ ଅଧିକାର ନାହିଁ ଦୁନିଆ ଦେଖିବା ପାଇଁ

ଜୀବନ ଟା କଣ ଏତେ ହିନି ମାନ ମାରି ଦିଅ କଷ୍ଟ ଦେଇ ।

ଚାହିଁଥିଲ ପରା ଶୁଣିବାକୁ ଦିନେ ମାଆ ବାପା ଡାକ ମୋର

ଝିଅ ହେଲି ବୋଲି କି ଦୋଷ ମୁଁକଲି କରୁଛ ଯେ ମୋତେ ପର ।

ମୁଁ ନୁହେଁ ଯେ ଗୋଟେ ମସ୍ତ ବଡ଼ ବୋଝ ନୁହେଁ ଜଡ ବସ୍ତୁ ଟିଏ

ଯେତେବେଳେ ଇଚ୍ଛା ମାରିଦେବ ମୋତେ ଫିଙ୍ଗି ଦେବ ନଈ ତୀରେ ।

ପୁଅ ଠାରୁ ଝିଅ ନୁହଇ ଦୁର୍ବଳ ଅଟେ ସେ ଜଗତଜିତା

ଦୁଇ କୁଳକୁ ସେ କରିଥାଏ ହିତ ବିଶ୍ୱ ବୋଲେ ତ ଦୁହିତା ।


Rate this content
Log in

Similar oriya poem from Inspirational