STORYMIRROR

Ajita Mishra

Action

2  

Ajita Mishra

Action

ଝିଅ

ଝିଅ

1 min
153

ଝିଅ ମୋର

ପାଠଶାଠ ପଢ଼ି

ଦାସୀ ହୋଇଗଲା

ଥିଲା ବିଦ୍ୟାରଦେବୀ

ସରସ୍ଵତୀ ଟିଏ

ନାରୀ ଶିକ୍ଷା ଶୀର୍ଷ ରେ

ଶୃଙ୍ଖଳିତ ସମାଜ

ତଥାପି ମାଆପରି 

ମାଆଟିଏ ହୋଇ 

ଘରକୁ ମହଲକରି 

ସଜାଡୁ ସଜାଡୁ

ଜୀବନ ଟା ସାରିଦେଲା 

ପରୀ ମୋ'ର 

ଦାସୀ ହେଇଗଲା

ବାହାରକୁ ଯିବା 

ଆବଶ୍ୟକ ନୁହେଁ

କିଛି ଘର ପିନ୍ଧା

ବେଶ ପୋଷାକରେ

ଦିନ ସରିଯାଏ

ହରଷିତ ହୋଇ ନାରୀ

ବ୍ୟଞ୍ଜନ ପରଷେ

ସବୁରି ପ୍ରେମ ରେ

ପିଞ୍ଜରା ଭିତରେ

ପୋଷା ପ୍ରାଣୀସିଏ

ଦାସୀ ହେଇ ଆଜୀବନ

ବଞ୍ଚିବାରେ କି'ଏମିତି 

ସୁଖ ଥାଏ

ନା ନା'  ତାକୁ ମୁକ୍ତ କରାଯାଉ

ସେ ମଧ୍ୟ କିଛି ଆନନ୍ଦର

ଆଶା ରଖି ଥାଏ......

ସୁସ୍ଥ ସମାଜ ସହଜରେ

ଝିଅ ହାତେ ଗଢ଼ା ଯାଇପାରେ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action