STORYMIRROR

Trushna Das

Tragedy Others

3  

Trushna Das

Tragedy Others

ଝିଅ ନ ଥିଲା ମୋ ପାଇଁ ବୋଝ

ଝିଅ ନ ଥିଲା ମୋ ପାଇଁ ବୋଝ

2 mins
149

ଝିଅ ନ ଥିଲା ମୋ ପାଇଁ ବୋଝ

ଯଦି ପାଉ ନ ଥିଲ ତାକୁ ଭଲ

କାଇଁ ତାକୁ କଲ ବିବାହ 

ତାପରେ ଦେଲ ନିର୍ଯାତନା ଯୌତୁକର।।


ଝିଅ ନ ଥିଲା ମୋ ପାଇଁ ବୋଝ

ସେ ପରା ମୋର ଅଂଶ 

ମୋ ଅଙ୍ଗରୁ ପୁଷ୍ପିତ ମୋର ଝିଅ

କିଆଁ ତାକୁ ତୁମେ କଲ ବର୍ବାଦ।।


ଝିଅ ନ ଥିଲା ମୋ ପାଇଁ ବୋଝ କେବେ

ସେ ତ ମୋ ପାଇଁ ଥିଲା ଫୁଲଟିଏ 

ଭଅଁର ହୋଇ ତା ଜୀବନେ ଆସିଲ ତୁମେ 

 ଛାଡି ଦେଲ ତାକୁ ତୁମେ ନିଜର ସ୍ୱାର୍ଥ ହାସଲ ପରେ 

ଯେମିତି ଫୁଲକୁ ଭଅଁର ଛାଡି ପଳାଇ ଯାଏ ଫୁଲ ଠାରୁ ମଧୁପାନ ପରେ।।


ଝିଅ ନ ଥିଲା ମୋ ପାଇଁ ବୋଝ ହୋଇ 

ସେ ଥିଲା ମୋର ରାଜ କୁମାରୀ 

ସେ ଯେ ଥିଲା ମୋର ଅଳି ସୁକୁମାରୀ 

ହେଲେ ସେ କାନ୍ଦୁଛି ତୁମ ପାଇଁ ଝୁରି ଝୁରି।। 


ଝିଅ ନ ଥିଲା ମୋ ପାଇଁ ବୋଝ 

ପାଠ ପଢାଇ ତାକୁ କରିଥିଲି ଶିକ୍ଷିତ 

ନିଜ ଗୋଡ଼ରେ ଛିଡ଼ା ହୋଇ ଦେଖିଥିଲା ସେ ଅନେକ ସପନ

ହେଲେ ତୁମେ ଆସି ତା ସପନକୁ ଭାଙ୍ଗି କରି ଦେଲ ଚୁରମାର।।


ଝିଅ ନ ଥିଲା ମୋ ପାଇଁ ବୋଝ 

ଦିନେ କରୁଥିଲ ପ୍ରଶଂସା ତାର ସୁନ୍ଦରତାର 

ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ପ୍ରତିଶୃତି ଦେଇଥିଲ

କରିବ ତାକୁ କ୍ଷମା କଲେ ସେ ଦୋଷ

କରିଥିଲ ତାକୁ ନିଜର ଦେଇ ତା ମୁଣ୍ଡରେ ସିନ୍ଦୁର। 


ଝିଅ ନ ଥିଲା ମୋ ପାଇଁ ବୋଝ 

ମୋ ଝିଅ ସତ ଚେଷ୍ଟା କରିଛି ପାଳିବାକୁ ତା ପତ୍ନୀ ଧର୍ମ

ହେଲେ ତୁମେ ଭୂଲି ଯାଇ ନିଜ କର୍ତ୍ତବ୍ୟ 

ପଇସା ଏବଂ ଅନ୍ୟ ଝିଅ ପାଇଁ ହୋଇଥିଲ ପାଗଳ। 


ଝିଅ ନ ଥିଲା ମୋ ପାଇଁ ବୋଝ 

ସ୍ୱାମୀ ହୋଇ ତା ଉପରେ ଉପରେ ଉଠାଇଲ ହାତ

ଥରୁଟିଏ ତୁମର ମନେ ପଡିଲା ନାହିଁ ତୁମ ପ୍ରତି ତାର ସମର୍ପଣ 

ନିଜେ ଭୂଲ କରି ତାର ସଂସ୍କାରକୁ ନେଇ କରୁଥିଲ ପ୍ରଶ୍ନ।। 


ଝିଅ ମୋ ପାଇଁ ନ ଥିଲା ବୋଝ

ବିବାହ କରି ଛଡ଼ାଇ ନେଲ ତା ଉପରେ ମୋର ଅଧିକାର 

ହେଲେ ତୁମେ କରି ପାରିଲ ନାହିଁ ତାକୁ ନିଜର

ଶେଷରେ ଜୀବନର ମଝି ଦରିଆରେ ତାକୁ ବୁଡ଼ି ମରିବାକୁ ଛାଡ଼ି ଦେଲ ତା ହାତ। 


ଝିଅ ନ ଥିଲା ମୋ ପାଇଁ ବୋଝ 

ବାପ ମାଆ ହୋଇ କେମିତି ଆମେ କରିବୁ ପର

ଯେତେଦିନ ପର୍ଯ୍ୟନ୍ତ ଆମେ ଅଛୁ ରଖିବୁ ତାକୁ କରି ସୁରକ୍ଷିତ 

ତୁମ ପରି ଆମେ ହୋଇ ପାରିବୁ ନାହିଁ ସ୍ବାର୍ଥପର।। 


ଝିଅ ନ ଥିଲା ମୋ ପାଇଁ ବୋଝ ହୋଇ 

ଯଦି ତା ସହିତ ତୁମର ରହିବା ନ ଥିଲା ସବୁ ଦିନ ତା ସାଥି ହୋଇ 

କିଆଁ ତାକୁ ଦେଲ ମିଛ ପ୍ରତିଶ୍ରୁତି 

ଲେଖି ଦେଇ ଗଲ ତା ଜୀବନେ ଦୁଃଖଭରା ସ୍ମୃତି।। 


ଝିଅ ନ ଥିଲା ମୋ ପାଇଁ ବୋଝ 

ଝିଅର ବାପ ମାଆ ହୋଇ କରୁଛି ମୁଁ ଆଜି ତୁମକୁ ପ୍ରଶ୍ନ

କିଆଁ ମୋ ଝିଅକୁ ଘର ସଂସାର କରିବାର ଦେଖାଇ ସପନ

କରିଦେଲ ତାକୁ ବର୍ବାଦ।। 


ଝିଅ ନ ଥିଲା ମୋ ପାଇଁ ବୋଝ 

ଦେଖି ତାର ଦୁଃଖ 

ମୋ ଆଖିରୁ ଝରି ଯାଉଛି ଲୁହ

ଭଲ ପାଇବା ବଦଳରେ ତାର 

ତାକୁ ମିଳିଛି ପ୍ରତାରଣାର ସ୍ପର୍ଶ। ।


ଝିଅ ନ ଥିଲା ମୋ ପାଇଁ ବୋଝ 

ଦେଲ ନାହିଁ ତାକୁ ମାଆ ହେବାର ସୁଖ

ମଦ୍ୟପାନ କରି ଲୁଚାଇବାକୁ ଯାଇ ନିଜ କର୍ମ 

ମିଛରେ ତା ଚରିତ୍ରରେ ଲଗାଇଲ କଳଙ୍କର ଦାଗ। 


ଝିଅ ନ ଥିଲା ମୋ ପାଇଁ ବୋଝ 

ମୋ ହୃଦୟ ଯନ୍ତ୍ରଣାରେ ଯାଉଛି ଥରି ଦେଖି ତାର ଦୁଃଖ

ମୋ ମନରୁ ବାହାରୁଛି ତୁମ ପାଇଁ କୋହ

ଆମ ଆଖି ଲୁହ ନ ହେଉ ତୁମ ବର୍ବାଦର କାରଣ।।


ଝିଅ ନ ଥିଲା ମୋ ପାଇଁ ବୋଝ 

ମୁଁ ଚେଷ୍ଟା କରିବି କରିବାକୁ ତା ଭବିଷ୍ୟତ ଉଜ୍ଜଳ 

ପୁଣି ଖେଳିବ ତା ଜୀବନେ ପୁଷ୍ପର ସୁଗନ୍ଧ 

ହେଲେ ତୁମେ ଯେଉଁ କର୍ମ କରିଛ ପାଇବ ତାର ଫଳ ସୁନିଶ୍ଚିତ।।


Rate this content
Log in

Similar oriya poem from Tragedy