STORYMIRROR

MAMATA RANI SATAPATHY

Tragedy Others

3  

MAMATA RANI SATAPATHY

Tragedy Others

ଝିଅ -ମୁଁ ଖୋଜେ ମୋ ପରିଚୟ

ଝିଅ -ମୁଁ ଖୋଜେ ମୋ ପରିଚୟ

1 min
233


ମୁଁ ଝିଅ,ମୁଁ ଦୁହିତା ,

     ଦୁଇକୂଳ ହିତା.....।

ମୋ ଜୀବନ ଦୁଇକୂଳ ପାଇଁ ସମର୍ପିତା।

ତଥାପି , ମୁଁ ଖୋଜେ ମୋ ପରିଚୟ......!!!

ମୋ ନିଜ ଘର ଠିକଣା ନିଜେ ମୁଁ ଜାଣେନା ,

ବାପଘରେ କୁହନ୍ତି ତୁ ପରଧନ ,

ଆଉ ଶାଶୁଘରେ ମୁଁ ତ ପରଝିଅ ,

ସତରେ , ମୋର ପରିଚୟ କ'ଣ ...???

ସମାଜରେ ମୋର ତ ଅନେକ ପରିଚୟ..,

ଦୁହିତା,କନ୍ୟାରତ୍ନ,ଗୃହଲକ୍ଷ୍ମୀ ଏପରିକି ସବଂସହା ଧରିତ୍ରୀ ....,

ଯଦି ଏତେ ସବୁ ପରିଚୟ ,

   ତେବେ କାହିଁକି ମୋ ପ୍ରତି ଏତେ ଅବିଚାର?

କ'ଣ ଝିଅଟିଏ ବୋଲି......???

ଆଜି ବି ମୁଁ ଅସହାୟ ,

 ଖୋଜି ବୁଲୁଛି ମୁଁ ମୋ ନିଜ ପରିଚୟ ....।

ପରିଚୟ ଖୋଜୁଖୋଜୁ କଟିଯାଏ ମୋର ଜୀବନ,

ସଂସାର ଜଞ୍ଜାଳ ଭିତରେ ଘାଣ୍ଟି ହୋଇହୋଇ

       ପାଏନାହିଁ ମୁଁ ସମୟ କି ଅଧିକାର,

ନିଜସୁଖ ଭାବିବାକୁ ପାଏନା ମୁଁ ଅବସର......।

ପରଧନ ବୋଝ ଭାବି ବାପ ଦିଏ ବିଦାକରି ,

ଆଉ ଶାଶୁଘରେ ପରଝିଅ,ପରଝିଅ ଶୁଣିଶୁଣି

      ସବୁଇଛା ମୋର ଯାଏ ମରି ।

ମୁଁ କ'ଣ ହାଡ,ମାଂସଧାରୀ ମନୁଷ୍ୟ ନୁହଁ...?

ମତେ କ'ଣ କଷ୍ଟ ହୁଏନା....??

ଲବଣାକ୍ତ ଲୁହ ମୋର ଓଠ ଚୁମିଯାଏ ,

କୋହ ସବୁ ଦୁଇକୂଳ ଖାଇଯାଏ ,

ତଥାପି ମୁଁ ନିରବ.......,

କାହିଁକି ଜାଣନ୍ତି.....??

ସମାଜରେ ବସିବାକୁ,କହିବାକୁ ମତେ ପରା ମନା ,

କହିଲେ କହିବେ ଉଦଣ୍ଡି,ସଂସ୍କାରହୀନା.....।

ମୁଁ ପରା ପରିବାର ର ଇଜ୍ଜତ ,

ତେଣୁ ପରିବାର ର ସନ୍ମାନ ପାଇଁ ମୁଁ ସାଜେ ଧରିତ୍ରୀ...।

ତଥାପି ,

   କୁହ ଏ ଅବିଚାର କାହିଁକି ମୋ ପ୍ରତି... ??

 କାହିଁକି? କାହିଁକି ? କାହିଁକି??

 କ'ଣ ମୁଁ ଝିଅ ବୋଲି ......???


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy