STORYMIRROR

Prasanna kumar sahu

Inspirational

4  

Prasanna kumar sahu

Inspirational

ଝଡେ ନ ଝଡିବ

ଝଡେ ନ ଝଡିବ

1 min
273

କେତେ ଝଡ ଝଂଞ୍ଜା

ଆସିଥିଲା ପୁଣି

ଏକ ହୋଇ ଜୀବନରେ,

ତାଙ୍କରି ଏକତା

ଭାଙ୍ଗିଲ ଜୀବନେ

ଅଟଳ ଯେ ପ୍ରତିଜ୍ଞାରେ।


ଦୁନିଆକୁ ଆଜି

ଦେଲେ ଏକ ବାର୍ତ୍ତା

ଝଡରେ ଝଡ଼ିବା ନାହିଁ,

ସେହି ଝଡେ ପୁଣି

ନିର୍ଭୀକ ହୋଇବା

ତାର ମୁକାବିଲା ପାଇଁ।


ସବୁ ମୁକାବିଲା

ହୋଇଯେ ପାରିବ

ଥିଲେ ନିଜର ବିଶ୍ୱାସ,

ଡରିଯିବା ନାହିଁ

ଜୀବନେ ଆସିଲେ

ଝଡ କିମ୍ବା ଯେ ବତାସ।


ଏହି ଶିକ୍ଷା ଆଜି

ସଭିଏଁ ଶିଖିବା

ଦ୍ରୌପଦୀ ମୂର୍ମୁଙ୍କ ଠାରୁ,

ଡରି ଯିବା ନାହିଁ

ଜୀବନ ପଥରେ

ପରିଚୟ ଦେଇ ଭିରୁ।


ଚିର ନମସ୍ୟ ଯେ

ହୋଇଣ ରହିବେ

ଓଡ଼ିଆ ବାସୀଙ୍କ ହୃଦେ,

ଆଜି ପରା ସିଏ

ଓଡ଼ିଶା ମାଟିରୁ

ଦେଶର ପ୍ରଥମ ପଦେ।


ଅସମ୍ଭବ ଶବ୍ଦ

ମିଳି ଥାଏ ସିନା

ବୋକା ଙ୍କ ଅଭିଧାନରେ,

ଏହି କଥା ଗୋଟି

କରିଲେ ପ୍ରମାଣ

ଦେଖାଇ ଦେଇ କାର୍ଯ୍ୟରେ।


ରଖିଲେ ଗୌରବ

ଓଡ଼ିଶା ମାଟିର

ଯୋଗ୍ୟତମ ସୂତା ସେହି,

ତାଙ୍କ ଏକାଗ୍ରତା

ସର୍ବୋଚ୍ଚ ଆସନେ

ନେଲା ଯେ ବସାଇ ଦେଇ।


ଝଡରେ ନଝଡି

ଗଲେ ଆଗେ ବଢି

ବିତରି ଗଲେ ହେ ବାସ,

ତାଙ୍କରି ଧର୍ଯ୍ୟକୁ

କଳିବା ପାଇଁ କି

ଆସିଅଛି ଅବକାଶ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational