ଝଡ଼
ଝଡ଼
ଆଜିର ଦିନ ରେ
କର୍ନେ ବାଜେ ଯେବେ
ପ୍ରିୟା -ପ୍ରୀତି, ଅନ୍ୟାୟ ଅନୀତି ର ଚିର ବିଭୀଷିକା..
ପ୍ରାଣ ମୋର ଧାବମାନ ସେହି
ଅନ୍ୟାୟ ଅନୀତି ର
ବିଦ୍ରୋହୀ ଝଡ଼ ପିଛେ
ସେ ସେବି ଶୀତଳ ପବନ
ଯାର ଅବସ୍ଥାନେ ନିର୍ବାପିତ
ମନ ତଳର ତପ୍ତ ସ୍ଫୁଲିଙ୍ଗ !
ମୋ ଆଗମନୀ
ପୁଣି ଯବନିକା
ମଧ୍ୟେ ଏକ କ୍ଷୁଦ୍ର ହାଇଫେନର
ଅସ୍ପଷ୍ଟ ଭୂମିକା,
ଆବଶ୍ୟମ୍ଭାବି ଆସ୍ଫାଳନ,
ଉପଲବ୍ଧ୍ୱେ ମୋର କ୍ଷୁଦ୍ର ପରିସର
ପୁଣି ମଣିଷ ଜାତିର,
ତଥାପି ନୟନେ ଗୋଚର
ବାକ୍ୟ ବୀର ଙ୍କର ଅଯଥା ହୁଙ୍କାର
ଝଡ଼ ଉଠେ ବାରମ୍ବାର ବାରମ୍ବାର ।
ଏ ସ୍ଥିତି ଦୁନିଆ ର
ଏହି ସତ୍ୟ ଶିବ ସୁନ୍ଦର ମାଟିର
ଏହି ଦେଶ ର<
/p>
ଲାଗିଥିବ କିନ୍ତୁ ଜନ୍ମ-
ଆଉ ମୃତ୍ୟୁ ର
ବାସ୍ତବ ନାଟିକା
ଆମରି ସବୁର
ପଟ୍ଟ ପରିବର୍ତ୍ତନେ ।
ପୁଣି ଗାଇବ ଇତିହାସ ଓ କବିତା
ଆଉ ଆମର ମହାଜ୍ଞାନୀ, କବି
ଗବେଷକଗଣ
ହୁଡ଼ି ସମ ପୋଥି ପତ୍ର ଚଷି
ଶତ ଜିହ୍ୱା ମେଲି
ଅମୁକ ର ଅଲିଭା ସ୍ମୁରତି
ଅବା ଆନଟିର
ବହୁ ଅପକର୍ମ '
ନିଃଶେଷି ତା' ଅମୁଲ୍ୟ ଦରବ !
ତଥାପି ଏ ସବୁର
ଜାଗରଣୀ ମେଳେ
କବିତା ର ଆସର ମେଳା ରେ
ହେବାରେ ସେହି ଦୂରଧି ଗମ୍ୟ- ଝଡ଼ "
କରିବି ବାସ୍ତବ ଚିତ୍ରଣ ଆଜିର
ଆନତ ମସ୍ତିସ୍କେ,କାର ମାନ ଅଭିମାନ କୁ ନ ଭୃକ୍ଷେପି -ପଡି
ସମାଜର ସହସ୍ର ସହସ୍ର
ପଦ ତଳେ,ଝଡ଼ ଆଗମନେ ।