ଜଗତର ନାଥ ନାମରେ ତୋହର ଆଜି ଲାଗେ ପ୍ରଶ୍ନବାଚୀ
ଜଗତର ନାଥ ନାମରେ ତୋହର ଆଜି ଲାଗେ ପ୍ରଶ୍ନବାଚୀ
ଜଗତର ନାଥ ନାମରେ ତୋହର
ଆଜି ଲାଗେ ପ୍ରଶ୍ନବାଚୀ,
କେତେ ଶବଦାହ ହେଲେ ସ୍ୱର୍ଗ ଦ୍ୱାରେ
କାଳରାତ୍ରୀ ଶେଷେ ପ୍ରାଚୀ ॥
କଳି ଯୁଗର ଏ ମଣିଷ ହେଲେ ବି
କାଠ ପଥରକୁ ପୂଜେ,
ଜ୍ଞାନ, ଦୟା, ଧର୍ମ ଉଚିତ କର୍ମକୁ
ଉଣା ଅଧିକରେ ବୁଝେ ॥
ସୁଖେ ଦୁଃଖେ ଅବା ପୂଜା ପରବରେ
ନିତି ହରିନାମ ଗାଏ,
ସ୍ୱାର୍ଥର ସଂସାରେ ଉବୁଡୁବୁ ସିନା
ଶ୍ରମ କର୍ମ ଦାନ ଦିଏ ॥
ତୋ କରୁଣା ଗାଥା ଗୀତ ଭଜନରେ
ଗାଉଥାଏ ଦୀନ ଜନ,
କେମିତି ସହୁଛ ଭକ୍ତର ବିଳାପ
ତରଳୁନି ତୁମ ମନ ॥
