STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Inspirational

3  

ପ୍ରିୟଦର୍ଶିନୀ ମହାନ୍ତି

Inspirational

ଜଗତମାତା

ଜଗତମାତା

1 min
250

ଗରଭୁ ଯାହାର  ଜନମ ଆମର

   ସେତ ଜନ୍ମଦାତ୍ରୀ ମାଆ,

ଜନମ ନ ଦେଇ  ସଦା ସେବା କଲେ

   ଟେରେସା ମା' ତ ନାଁ।


ରକତ ସମ୍ପର୍କ   ନାହିଁ କା' ସହ

   ନୁହେଁ କେହି ଭାଇ ବନ୍ଧୁ,

ତଥାପି ସେବନ୍ତି  ମନ ପ୍ରାଣ ଚିତ୍ତେ

   ସେ ତ ଦୟାମୟୀ ସିନ୍ଧୁ।


ବିନ୍ଦୁ ବିନ୍ଦୁ ରକ୍ତ  ନିଗାଡି କରିଲେ

   ଦୁଃଖି ଦରିଦ୍ରଙ୍କ ସେବା,

ଜଗତ ଜନଙ୍କ  ମାତା ବୋଲାଇଲେ

   ଭକ୍ତିପୂତ୍ତେ ପୂଜୁଥିବା।


ପରୋପକାରୀର  ଜ୍ୱଳନ୍ତ ପ୍ରତିମା

  ଶାନ୍ତିର ସେ ଦେବଦୂତ,

କାଉଁରୀ ପରଶେ  ଛୁଇଁ ଦେଉଥିଲେ

    ରୋଗ ହୁଏ ଦୂରୀଭୂତ।


ମାନବ ସେବା ହିଁ  ମାଧବଙ୍କ ସେବା

   ବ୍ରତରେ ବ୍ରତୀ ସେ ଥିଲେ,

ଦୂରାରୋଗକୁ ସେ ଆରୋଗ୍ୟ କରନ୍ତି

    ମାତୃତ୍ବର ସ୍ନେହ ବଳେ।


ଭାରତ ବର୍ଷର  ନାଗରିକ ହେଲେ

    ଆଲୁବାନିଆରେ ଜନ୍ମି,

ହୃଦୟ ତାଙ୍କର  ଯୀଶୁ ଭାବ ପୂର୍ଣ୍ଣ

   ବିଶ୍ୱ ପାଇଁ ସେବାକର୍ମୀ।


ଶାନ୍ତିର ନୋବେଲ  ଭାରତର ରତ୍ନ

   ପଦ୍ମଶ୍ରୀ ଭୂଷିତ ନାରୀ,

ଜଗତଜନନୀ   ଜ୍ଞାନୀ, ଗୁଣି, ମାନି

    ମହାନ ହୃଦୟ ଧାରୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational