STORYMIRROR

Debabrata Jena

Inspirational Others

2  

Debabrata Jena

Inspirational Others

ଜଗତଜନନୀ ଦୁର୍ଗେ*

ଜଗତଜନନୀ ଦୁର୍ଗେ*

1 min
14.4K


ଶିରୀ ଶୈଳପୁତ୍ରୀ ମାତା ସିଦ୍ଧିଦାତ୍ରୀ,

ବରଦାୟୀ କାତ୍ୟାୟିନୀ,

ପାପ ବିନାଶିନୀ ଶକ୍ତିସ୍ୱରୂପିଣୀ,

ଜଗତ ଦୁଖଃହାରିଣୀ,

ତୁମ୍ଭରି ଆଶିଷ ବଳେ,

ରହିଅଛୁ ମାଗୋ ବଞ୍ଚି ବରାଭୟେ,

ଏହି ମରତ ମଣ୍ଡଳେ ।।(୧)


ଶୁଭ୍ର ମେଘମାଳା ଲାଗେ ମନୋରମ,

ଯେବେ ଭାସଇ ଅମ୍ବରେ,

କାଶତଣ୍ଡି ଫୁଲ ଦିଶେ ଅନୁପମ,

ନିତି ନଈ ପଠାପରେ,

କରୁ ତୁମ୍ଭେ ଆବାହନ,

ଏ ଶରତ ଲଗ୍ନେ ହୁଅ ବିରାଜିତ,

ନାଶି ତିମିର-ଅଜ୍ଞାନ ।।(୨)


ମିଥ୍ୟା, ହିଂସା,ଈର୍ଷା କଳୁଷ ତମିସ୍ରା,

ଗ୍ରାସିଲାଣି ଏବେ ସର୍ବେ,

ସତ୍ୟ ଓ ଅହିଂସା ନିସ୍ୱାର୍ଥୀର ବାର୍ତ୍ତା,

ହେଜନ୍ତିନି କେହି ଏବେ,

ମା' ଗୋ ତୁମେ ଏକା ସାହା,

ଫେଡ଼ି ତୁମ ନେତ୍ର କର ଦୂରୀଭୂତ,

ଅଜ୍ଞତାର ମୋହମାୟା ।।(୩)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational