ଜଗତ ଉଦ୍ଧାର ହେଉ
ଜଗତ ଉଦ୍ଧାର ହେଉ
ମୋ ଜୀବନ ପଛେ ନର୍କେ ପଡିଥାଉ
ଜଗତ ଉଦ୍ଧାର ହେଉ
ଭୀମ ଭୋଇ ପରି ମାଗୁଅଛି ମହାବାହୁ
କରୁଣା ବରଷି ଯାଉ
ଜଗତରେ ଆସିଅଛି ମହା ବିପତ୍ତି
କାହିଁକି ଆସିଅଛି ତୁମେ ଥାଉ ଥାଉ
ପତିତପାବନ ବାନା ଉଡାଉଛ ବେଳ ଆସିଅଛି ,
ଜଗତ ଉଦ୍ଧାର ହେଉ
ସଂସାର କୁ ରଖ ହେ ବିଶ୍ୱ ବିହାରୀ
ଗୁହାରି କରୁଛି ଶୁଣିମା ହେଉ
ତୁମେ ଅନ୍ତର୍ଯ୍ୟାମି ଜାଣୁଅଛ
ଅନ୍ତର ତୁମ ବିନା ଦୁଃଖ କହିବୁ
କାହାକୁ ଆଉ
ଛନ୍ଦା ଚରଣେ ବିନତି କରୁଛି ତୁମକୁ
ସୃଷ୍ଟି କୁ ରଖ ଡେରି ନ କରି ଆଉ
ରୋଗ ଶୋକ ତୁମେ ହରି ନିଅ ପ୍ରଭୁ
ଜଗତ ଉଦ୍ଧାର ହେଉ ।
