STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଜଗତ ଉଦ୍ଧାର ହେଉ

ଜଗତ ଉଦ୍ଧାର ହେଉ

1 min
235



ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ

ଭୀମ ଭୋଇ ପରି ମାଗୁଅଛି ମହାବାହୁ କରୁଣା ବରଷି ଯାଉ

ଜଗତରେ ଆସିଅଛି ମହା ବିପତ୍ତି

କାହିଁକି ଆସିଅଛି ତୁମେ ଥାଉ ଥାଉ

ପତିତପାବନ ବାନା ଉଡାଉଛ ବେଳ ଆସିଅଛି ,ଜଗତ ଉଦ୍ଧାର ହେଉ

ସଂସାରକୁ ରଖ ହେ ବିଶ୍ୱ ବିହାରୀ ଗୁହାରି କରୁଛି ଶୁଣିମା ହେଉ

ତୁମେ ଅନ୍ତର୍ଯ୍ୟାମୀ ଜାଣୁଅଛ 

ଅନ୍ତର ତୁମ ବିନା ଦୁଃଖ କହିବୁ 

କାହାକୁ ଆଉ

ଛନ୍ଦା ଚରଣେ ବିନତି କରୁଛି ତୁମକୁ 

ସୃଷ୍ଟିକୁ ରଖ ଡେରି ନ କରି ଆଉ

ରୋଗ ଶୋକ ତୁମେ ହରି ନିଅ ପ୍ରଭୁ

ଜଗତ ଉଦ୍ଧାର ହେଉ



Rate this content
Log in

Similar oriya poem from Inspirational