STORYMIRROR

Arjun Sahu

Classics Others

3  

Arjun Sahu

Classics Others

ଜଗତ ମଧ୍ଯରେ ସାର

ଜଗତ ମଧ୍ଯରେ ସାର

1 min
189


କେତେ ଧାମ ଅଛି ଅଖିଳ ବିଶ୍ବରେ

ସାର ଶଙ୍ଖକ୍ଷେତ୍ର ନିଳାଚଳ

କେତେ ନାମ ମଧ୍ଯେ ଜଗନ୍ନାଥ ନାମ

ଏକା ଦିଏ ମୁକ୍ତି ଫଳ

କେତେ ଯେ ମଶାଣି କେଉଁଠି ରହିଛି

ସାର ଅଟେ ସ୍ବର୍ଗଦ୍ବାର 

ଦାଣ୍ଡ ପଡିଅଛି କେତେ ଯେ କେଉଁଠି

ବଡଦାଣ୍ଡ ଏକା ସାର

ବାନା ଅଟେ ଯାର ପତିତପାବନ 

ଭୋଗ ଯା ମହାପ୍ରସାଦ 

ତୁଣ୍ଡେ ଦେବା ମାତ୍ରେ ଜନମ ଜନମ

କଳୂପ କରେ ସଂଘାତ

କଳପ ବଟର ତଳଠୁ ଶୀତଳ 

କାହିଁତ ନ ମିଳେ ଛାୟା 

ବଜାର ମଧ୍ଯରେ ଆନନ୍ଦ ବଜାର 

ନାହିଁ ଯହିଁ ମୋହମାୟା 

ଶରଧା ସେନେହ ମିଳନ କେବଳ

ଶରଧା ବାଲିରୁ ମିଳେ

କାଳିଆ ଶ୍ରୀମୁଖ ଦର୍ଶନ ମାତ୍ରକେ

ଜନ୍ମ ଜନ୍ମ ପାପ ହରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics