Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Classics Others

3  

Jayashree Maharana

Classics Others

ଜଗତ ଜନନୀ

ଜଗତ ଜନନୀ

1 min
161



ଶାନ୍ତି ମୁକ୍ତି ପ୍ରଦାୟିନୀ ଜଗତ ଜନନୀ

ଯୋଡୁଅଛି ବେନିକର ମାଗୋ କାତ୍ୟାୟିନୀ ।


ପୂଜାବିଧି ମନ୍ତ୍ର ଶ୍ଳୋକ କିଛି ବି ଜାଣେନି

ଭକତି ଚିତ୍ତରେ ମୁହିଁ କରୁଛି ମାଗୁଣି ।


ପାପ ତାପ ବିନାଶିନୀ ମା' ସିଂହବାହିନୀ

ପଣତରେ ଢାଙ୍କିରଖ ମାତ କୃପାଳିନୀ ।


ମନ୍ଦ ବୁଦ୍ଧି କର ନାଶ କଳୁଷ ହାରିଣୀ

ସ୍ନେହ ପ୍ରେମ ଝରାଅ ଗୋ ମଙ୍ଗଳ କାରିଣୀ ।


ଅନ୍ୟାୟ ଅଧର୍ମ ନାଶି ଅଭୟ ଦାୟିନୀ

ସତ୍ୟ ନ୍ୟାୟ ଭରିଦିଅ ଶକ୍ତି ସ୍ୱରୂପିଣୀ ।


ଅତ୍ୟାଚାରୀ ଅହଂକାରୀ ଭୟଙ୍କର ପ୍ରାଣୀ

ବଧ କର ସ୍ବହସ୍ତରେ ସଂହାର କାରିଣୀ।


ତ୍ରିଭୁବନ ଜନନୀ ଗୋ ମହିଷ ମର୍ଦ୍ଦିନୀ

ଢାଳିଦିଅ କୃପାଶିଷ ମାଆ ନାରାୟଣୀ ।


ଅଷ୍ଟ ସିଦ୍ଧି ପ୍ରଦାୟିନୀ ହେ ମାଆ ଭବାନୀ

ସର୍ଵଜନ ସର୍ଵତୁଣ୍ଡେ ତୋର ଜୟଧ୍ୱନି ।


ହରିଦିଅ ସର୍ବ ଦୁଃଖ ହେ ମାତ ଶିବାନୀ

ସୁଖମୟ ହୋଇଉଠୁ ଆମରି ଧରଣୀ ।


Rate this content
Log in

Similar oriya poem from Classics