ଜଗତ ଜନନୀ ମା ତାରିଣୀ
ଜଗତ ଜନନୀ ମା ତାରିଣୀ
ଜଗତ ଜନନୀ ମାଆ ଲୋ ତାରିଣୀ
ଢାଳି ଦେ ତୋର କଲ୍ୟାଣ
ତୋର ନାମ ରସେ ଏ ଜଗତ ଭାସେ
ଦୂରେଇ ଯାଉ କଷଣ
ମାଲୋ , ନ ହୁଅ କେବେ ବିମନ
ଭାବୁଛି ଭାବିବି ସଦା ଭାବୁଥିବି
ଡାକୁଛି ଡାକିବି ତୁଣ୍ଡେ ଡାକୁଥିବି
ତୋହରି ମଧୁର ନାମ ।0।
ହସ କାନ୍ଦ ଭରା ଏ ସଂସାର ପରା
ଲାଗୁଛି ବଡ ବିଷମ
କଷଣରେ ଭରା ଏ ଜୀବନ ସାରା
ଦୁଃଖ କରିନି ଏ ମନ
ମାଲୋ,ନିତି ଧ୍ୟାୟି ତୋ ଚରଣ
କଷଣକୁ ପୁଣି ଫୁଲ ଶେଯ ମଣି
ଆଦରି ନିଏ ମା ତୋର ମନ ଜାଣି
ଜାଗି ଉଠେ ତନୁ ମନ ।୧।
ଯିବୁନି ଦୂରେଇ ତୁ କରୁଣାମୟୀ
ତୋ କରୁଣା ଏ ଜୀବନ
କରୁଣା ସରେନା ଯେତେ ବାଣ୍ଟୁ ସିନା
ବୁଝି ଭକତର ମନ
ତୋର,କରୁଣାରେ ବିତେ ଦିନ
ଜାଣିଛି ସଂସାରେ ଅଛି ମୋର ଜଣେ
ମାଆ ଏକା ତୁହି ମୋ ଅନ୍ତର କୋଣେ
ଆନ ଚାହେଁନି ମୋ ମନ ।୨।