Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALITA MOHAN DASH

Abstract Children Stories Inspirational

4  

LALITA MOHAN DASH

Abstract Children Stories Inspirational

ଜଗତ ଜିତା ମୁଁ ହୋଇବି

ଜଗତ ଜିତା ମୁଁ ହୋଇବି

1 min
242


ଫୁଲଟିଏ ହୋଇ ଫୁଟିବି

ମଧୁର ମହକ ବାଣ୍ଟିବି

ସବୁରି ଆପଣେ ହସ ଭରି ଦେଇ

ପରିକୁ ଆପଣା କରିବି ।


               ନଈଟିଏ ହୋଇ ବହିବି

               ଆଗକୁ ଆଗକୁ ଧାଇଁବି

               ଧରଣୀକୁ ଶସ୍ଯ ଶ୍ୟାମଳା କରିକି

               ଜଗତେ ଜୀବନ ଭରିବି ।


ଦୀପଟିଏ ହୋଇ ଜଳିବି

ଆପଣା ଧରମ ପାଳିବି

ଦୁର୍ନୀତି ରୂପକ ଅମ ଅନ୍ଧାରକୁ

ନିଜ ଆଲୋକରେ ଟାଳିବି ।


              ଗଛଟିଏ ହୋଇ ଵଢିବି

              ଅମ୍ଳଜାନ ବାୟୁ ଛାଡ଼ିବି

              ଅଙ୍ଗାରକାମଳ ନିଜେ ଶୋଷି ନେଇ

              ପରିବେଶ ସୁସ୍ଥ ରଖିବି ।


ମେଘଖଣ୍ଡ ହୋଇ ଭାସିବି

ବିଜୁଳି ସାଥିରେ ହସିବି

ସୁଜଳା ସୁଫଳା କରିବାକୁ ଧରା

ହରଷେ ବରଷା ଢ଼ାଳିବି ।


              ମନ ଦେଇ ପାଠ ପଢିବି

              ଗୁରୁଜନ କଥା ମାନିବି

              ଜଗତ ହିତରେ ଭଲକାମ କରି

              ଜଗତଜିତା ମୁଁ ହୋଇବି ।


Rate this content
Log in

Similar oriya poem from Abstract