STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ଜଗତ ଦେଖିବ କଳା ଶ୍ରୀମୁଖ

ଜଗତ ଦେଖିବ କଳା ଶ୍ରୀମୁଖ

1 min
238


ସୁନ୍ଦର ସୁନ୍ଦର ସୁଗନ୍ଧିତ ପୁଷ୍ପ


ତୋଳିଛି ମୁଁ ଯତ୍ନ କରି,


ପ୍ରଭୁ ପଦ ଚିନ୍ତି ଗୁନ୍ଥିଛି ମାଳାକୁ


ନାମ ହିଁ ସ୍ମରଣ କରି।



ବଜାରୁ ଆଣିଛି ଚନ୍ଦନ କିଣି ମୁଁ


ଆଣିଛି ମୁଁ ଧୂପ ଦୀପ,


ନୈବେଦ୍ୟ ଆଣିଛି କିଣି ମୁଁ ବଜାରୁ


ଦେଖିବି ମୁଁ ତର ରୂପ।



ସଙ୍ଗକୁ ଆଣିଛି କିଣି ମୁଁ ବଜାରୁ


କିଣିଛି ମୁଁ ପୀତବସ୍ତ୍ର,


ଭକ୍ତିପୂତ ହୋଇ ଅର୍ପଣ କରିବି


ପଇତା ସଙ୍ଗରେ ବସ୍ତ୍ର।



ପିନ୍ଧାଇ ଦେବି ମୁଁ ଭକ୍ତିର ସେ ମାଳା


ବଦନେ ଦେବି ଚନ୍ଦନ,


ଧୂପ ଦୀପ ଆଉ ନୈବେଦ୍ୟ ଦେଇଣ


କରିବିଟି ମୁଁ ବନ୍ଦନ।



ଜଗନ୍ନାଥ ନାମ ହୄଦେ ଗୁଞ୍ଜୁ ଥିବ


ପ୍ରେମ ଭକ୍ତି ଶ୍ରଦ୍ଧା ମନ,


ସଙ୍ଖଧ୍ବନି ସଙ୍ଗେ ଘଣ୍ଟର ଧ୍ବନି ଭି


ଭକ୍ତିପୂର୍ଣ୍ଣ ହେବ ମନ।



ସଙ୍ଗରେ ଦେବି ମୁଁ ତୁଳସୀର ମାଳା


ଯତ୍ନେ ଗୁନ୍ଥି ଅଛି ଏହା,


ନୈବେଦ୍ୟ ସଙ୍ଗରେ ତୁଳସୀପତ୍ରକୁ


ଅର୍ପଣ କରିବି ତାହା।



ଜଗନ୍ନାଥଙ୍କର କରୁଣା ହିଁ ହେବ


ଭକ୍ତି କରୁ ଥିବି ନିତ୍ୟେ,


ତାଙ୍କରି ଚରଣେ ଭକ୍ତି ପ୍ରେମ ରହୁ


ମାଗୁଣି କରିବି ନିତ୍ୟେ।



ସୁନ୍ଦର ସୁନ୍ଦର ସୁଗନ୍ଧିତ ପୁଷ୍ପ


ତଳିଛି ମୁଁ ଯତ୍ନ କରି,


ପ୍ରଭୁ ପଦ ଚିନ୍ତି ଗୁନ୍ଥିଛି ମାଳାକୁ


ନାମ ହିଁ ସ୍ମରଣ କରି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational