STORYMIRROR

Bijoy Jena

Classics Inspirational Others

4  

Bijoy Jena

Classics Inspirational Others

ଜଗନ୍ନାଥ ମହାବାହୁ

ଜଗନ୍ନାଥ ମହାବାହୁ

1 min
488

ସେଦିନ ତ ଏବେ  ପାଖେଇ ଆସୁଛି

   ଆଖିତ ଖୋଲିବ ନାହିଁ

ପ୍ରକୃତିର ଦୃଶ୍ୟ   ବର୍ଣ୍ଣନା ପାଇଁକି

   କଲମଟା ଯିବ ରହି।


ସାହିତ୍ୟ ଉତ୍ସବ ଅବା ମହୋତ୍ସବ

   ପୁରସ୍କାର ରାଶି ଯେତେ

ଟଙ୍ଗାଥିବ କାନ୍ଥେ  କାମେ ଲାଗିବନି 

    ଯିବେନାହିଁ କେହି ସାଥେ।


ପୁତ୍ର ଯିବ ସିନା  ଶ୍ମଶାନ ନିକଟେ

   କେବଳ ମୁଖାଗ୍ନି ପାଇଁ

ଘରମଣୀ ଏକା  କାନ୍ଦୁଥିବ ନିତ୍ୟ

    ଅତୀତ ମନେ ପକାଇ।


ମୋ ସାଥିରେ ଯିବ ଏକା କର୍ମଫଳ

    ମରଣର ସହଚର

ଭଲପାଇଁ ସଦା  ଝୁରିବେ ସକଳ

   ଏହି ମୋର ପୁରସ୍କାର।


ଅଢେଇ ଦିନର  ମିଛ ଅଭିନୟ

   ମଲାଗଲା ଦୁନିଆରେ

କାହିଁ କାହାସାଥେ ବାଦ ଓ ବିବାଦ

   କି ଲାଭ ଅଛି ସେଥିରେ।


ଯେଉଁ ଦେହ ଆତ୍ମା ପାଇଥିଲି ମୁହିଁ

    ତାଙ୍କ ସୁଦୟାରୁ ଦିନେ

ନେଇଯିବେ ସିଏ  ସମୟ ଆସିଲେ

    ସ୍ମରେ ତାଙ୍କୁ ପ୍ରତିକ୍ଷଣେ।


ହେ ପ୍ରାଣ ଦେବତା ଯେବେ ଅପସରି

    ଯିବ ଏ ନଶ୍ବର ଦେହୁ

ମୋ ଚକ୍ଷୁରେ ତୁମ ଛବି ଭାସୁଥୁବ

    ଜଗନ୍ନାଥ ମହାବାହୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics