Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BANITA SAHU

Abstract Comedy

4.7  

BANITA SAHU

Abstract Comedy

ଜେଜେଙ୍କ ପ୍ରେମ କାହାଣୀ

ଜେଜେଙ୍କ ପ୍ରେମ କାହାଣୀ

1 min
266


ବୁଢା ବୟସରେ ଗୋଲାପ ଦେଉଛ ମତେ 

କହୁଚ କଣ ତୁମକୁ ଭଲପାଏ ଏତେ ?

ଭଲପାଇବାରେ ନଥାଏ ବୟସ ସୀମା

ଆଖିକି ଦିଶୁଛ ଷୋହଳ ବୟସ ମୋ ପ୍ରିୟତମା ।

ଅଠର ବୟସ ଟୋକା ଭଳି କହୁଛ ଆଇ ଲଭ ୟୁ

କହିବାକୁ କହୁଛ ଆଇ ଲାଭ ୟୁ ଟୁ

ତୁମ ନୀଳଆଖି ମୋ ମନକୁ ନେଲା କିଣି

କହୁଚ କଣ ପ୍ରେମମାନେ ମୁଁ କିଛି ଜାଣିନି !

ହଳଦି ରଙ୍ଗର ଶାଢି ପାଦରେ ରୁଣୁଝୁଣୁ ପାଉଛିଁ

ଦେଖିଥିଲି ମୁଁ ପ୍ରଥମେ ତୁମ ଗାଁ ଯାତ୍ରାରେ

ସତେ ଯେମିତି ଆକାଶରୁ ଓହ୍ଲାଇ ଆସିଛି

ପରୀଟିଏ ମୋ ଜୀବନରେ ।

ଭାରି ମନେ ପଡେ ଆଜି ବିତିଯାଇଥିବା କଥା

ଏମିତି ଭଲପାଉଥିବି ହୃଦୟ ଦେଇ ମୋ ପ୍ରିୟତମା ।।



Rate this content
Log in

Similar oriya poem from Abstract