ଜେଜେଙ୍କ କବିତା
ଜେଜେଙ୍କ କବିତା
ସେଥିରେ
କେତେ କେତେ
ଛନ୍ଦ ଥିଲା
ସ୍ଵର ଥିଲା
ଲାଲିତ୍ୟ ଥିଲା
ରାଗ ଥିଲା
ଜତି ପାଦ ଥିଲା
ଜାତୀୟତା ଥିଲା
ଆତ୍ମୀୟତା ଥିଲା
ଭଲ ପାଇବା ଥିଲା,
ଏବେ ସେ ସବୁ ସ୍ଵପ୍ନ
ନିଜେ ନିଜ ଭିତରେ ମଗ୍ନ
ଭାବନା ସବୁ ନଗ୍ନ
ସମୟ ନିଜକୁ ଅଭାବ
ପଖେ ଥାଇ
ସବୁ ଆଜି ଲାଗୁଥାଏ
ନ ମିଳିବା ଭାବ
