ଜେଜେ ଯାଇଥିଲେ ହାଟକୁ
ଜେଜେ ଯାଇଥିଲେ ହାଟକୁ
ସକାଳୁ ଜେଜ ଯାଇଥିଲେ ହାଟକୁ
ଜେଜମା ମୋର ଚାହିଁଥିଲେ ବାଟକୁ
ଜେଜ ଆଣିଥିଲେ ମୋଉରାଳି ମାଛ
ଭାରି ଆଦରେ କହିଲେ ଆକୁ ବାଛ ।
ଦାନ୍ତକୁ କଡମଡ କରି ଜେଜମା
କହିଲେ ମାଛ ବଛା ହେବନି ଜମା
ସକାଳୁ ଯାଇଛ ହେଲାଣି ବାରଟା
ସୋଇଛି ବୋହୁ କରିି ଶାଗ ଭଜା ।
ଜେଜ ଶୁଣିଦେଇ ଜେଜମାର କଥା
ମନଦୁଃଖ କରି ନୂଆଁଇଲେ ମଥା
ତେଲ ଚକିଏ ଜେଜ ହାତରେ ଧରି
ଜେଜମାକୁ ତ କଲେ ପ୍ରଶଂସା ଭାରି ।
ଜେଜମାର ମନ ହୋଇଗଲା ଖୁସୀ
ଜେଜଙ୍କର ପିଠିକୁ ଦେଲେ ଆଉଁସି
କହିଲେ ଆଦରେ ଗାଧୋଇକି ଆସ
ଖାଇଦେଇ ଗଣ୍ଡେ ମାରିବ ନିଶ୍ୱାସ ।
ହସିଦେଇକି ମୋର ଜେଜ କହିଲେ
ମାଛରେ ତେନ୍ତୁଲି ଦେଇଛତ ଭଲେ
ଜେଜମା କହିଲେ ହଁ ହୋଇଛି ଭଲ
ଖାଇଦେଇ ଶୀଘ୍ର ସୋଇବଜେ ଚାଲ ।