Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PURNA CHANDRA PANDA Purna

Action Classics Others

4  

PURNA CHANDRA PANDA Purna

Action Classics Others

ଜାତିର ଜନନୀ କିଏ

ଜାତିର ଜନନୀ କିଏ

1 min
382


ପ୍ରଶ୍ନ ଯଦି ହୁଏ ଜାତିର ଜନକ

ଉତ୍ତର ଗାନ୍ଧୀ ମହାତ୍ମା

ସେଇ ଏକା ପ୍ରଶ୍ନ ଜାତିର ଜନନୀ

ଉତ୍ତର ଆସେନି ଜମା l


ଏହି ଅନୁତ୍ତରିତ ପ୍ରଶ୍ନର ସରଳ

ଉତ୍ତର କାହିଁକି ନାହିଁ

ସ୍ୱାଧୀନତା କିମ୍ବା ତାପର ସମୟ

ଗଲାନି କିମ୍ପାଇ ଦେଇ l


ପିତା ଯଦି ଜଣେ ଜାତି ଜନ୍ମlଇଛି

ମାତାତ ନିହାତି ଥିବ

ମାତୃ ସ୍ଥାନେ କ'ଣ କେହିବି ନଥିଲେ

ଭlରତ କାହିଁ ନୀରବ l


ଦେଶ ଜାତି ପାଇଁ ବlପୁ ଅବଦାନ

ସେଥିପାଇଁ ସିଏ ପିତା

ରାଣୀ ସରୋଜିନୀ, ଭିକାଜୀ, କମଳା

ହୋଇ ପାରିଥାନ୍ତେ ମତା l


ଆଉତ ସାବିତ୍ରୀ ମଦର ଟେରେସା

ଇନ୍ଦ୍ରା ନୁୟୀ ଯେ କିରଣ

ଏହି ମାନେ କିଏ ହୋଇପାରିଲେନି

ମାତୃ ସ୍ଥାନରେ ବରଣ l


ଇତିହାସ ର ତ ଜନକ ଅଛନ୍ତି

ବିଜ୍ଞାନ ର ବି ଅଛନ୍ତି

ଅର୍ଥ ନିତି ର ବି ଜନକ ଅଛନ୍ତି

ଗଣିତର ବି ଅଛନ୍ତି l


ଆଣବିକ ବିକିରଣରେ ନୋବେଲ

ମେରୀ କ୍ଯୁରୀ ପାଇଛନ୍ତି,

ଗ୍ରେକ ହପର, ଷ୍ଟେଫନି କ୍ୟୋଲେକ

ଙ୍କୁ କେହିତ ନଜlଣନ୍ତି l


ହିନ୍ଦୁ ଧର୍ମ କଥା ବିଚାରକୁ ନେଲେ

ବ୍ରହ୍ମା, ବିଷ୍ଣୁ, ମହେଶ୍ୱର,

 ଯଥାକ୍ରମେ ସୃଷ୍ଟି, ପାଳନ, ସଂହାର

କର୍ତ୍ତା ଅଟନ୍ତି ସୃଷ୍ଟିର l


ସଂସାର ଚଳlଉଛନ୍ତି ଦ୍ବୟ ଦେବୀ

ଲକ୍ଷ୍ମୀ ଆଉ ସରସ୍ବତୀ

କିନ୍ତୁ ସମକକ୍ଷ ତାଙ୍କ ସହ କିମ୍ପା

କାହିଁକି ନ ହୋଇଛନ୍ତି l


କେବଳ ଗୋଟିଏ କ୍ଷେତ୍ରରେ ପୁରୁଷ

ପଛରେ ପଡି ଅଛନ୍ତି

ତାହା ହେଲା ଭାଇ ଅନ୍ଧବିଶ୍ୱାସ ଓ

ବିକୃତ ମନାର ଭ୍ରାନ୍ତି l


ଏହି ସମ୍ମାନତ ମାଆ ଜାତି ଆଜି

ପାଇଛି ସମାଜ ଠାରୁ

ଡାହାଣୀ, ଭୂତୁଣୀ, ଆଉ ଚିରୁଗୁଣୀ

ଏଥିରେ ପୁରୁଷ ଭୀରୁ l


Rate this content
Log in

Similar oriya poem from Action