Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational

4  

Chittaranjan Nanda

Inspirational

ଜାତୀୟ କୃଷକ ଦିବସରେ

ଜାତୀୟ କୃଷକ ଦିବସରେ

1 min
278



ଖରା ଦିନରେ ପଖାଳ ପାଣି ତୋରାଣି 

ମୁନ୍ଦେ ପେଟରେ ଦେଇ

ଧାନ ଗହମ ଅନ୍ୟାନ୍ୟ ଫସଲର ଚାଷ 

କରିବା ପାଇଁ ଯାଉ'ତ ଧାଇଁ ।


ସକାଳୁ ଶୀତରେ ଉଠି, ହଳ ଲଙ୍ଗଳ 

କାନ୍ଧରେ ଥୋଇ

ଧାନ ଗହମ ଅନ୍ୟାନ୍ୟ ଫସଲ ଅମଳ

ପାଇଁ ଯାଉ'ତ ଧାଇଁ ।


ମୁଡି ମୁଠାଏ ଚାହାରୁ ଢୋକେ ଦେଇ ବରଷା 

ଦିନେ ଯାଉ ତୁ ଧାନ ରୋଇବା ପାଇଁ 

ଦେହ ଖରାପ ହେଲେ ମଧ୍ୟ ଖାତିର ନାହିଁ, ଧନ୍ୟ 

ତୋ କର୍ତ୍ତବ୍ୟନିଶା, ହେ କୃଷକ ଭାଇ ।


ଅଳସୁଆା ଲାଞ୍ଚୁଆ ମିଛୁଆ କପଟିଆ ଅଛନ୍ତି

କେତେ ମୋର ଦେଶରେ

ଶୋଷି ନେଇ ଯାଉଛନ୍ତି ତୋର ଶ୍ରମର ଫଳକୁ

ଅନୀତି ଦୁର୍ନୀତି କୁକର୍ମରେ ।


ସର୍ବଂସହା ଧରିତ୍ରୀ ପରି ସବୁ କଷ୍ଟ ସହି କରୁ

ପରିଶ୍ରମ ମାଟିରେ ହୋଇ ମାଟି

ଧନୀ ବଳବନ୍ତ ନଖଟି ଛୁରା ଚାକୁ ବନ୍ଧୁକରେ

ଶ୍ରମକୁ ଶୋଷି ରହିଛି ତିଷ୍ଠି ଏଠି  ।


ଯିଏ ଶୋଷେ ରକ୍ତ ତୋ ଶରୀରରୁ, ପ୍ରୋତ୍ସାହନ 

ଅଛି ତାଠାରେ ସରକାରଙ୍କର

ଜୟ କିଷାନ ନାରା ଦିଅନ୍ତି ଭାଷଣେ, ଶୁଣୁଛ

ବାହାସ୍ପୋଟ, ନେତା ଓ ଟାଉଟରଙ୍କର ।


ନେତା ମନ୍ତ୍ରୀ ଜଜ୍ ସରକାରୀ ବାବୁ ଏଠି କେହି 

ନୁହନ୍ତି ତୋର, ଚାଲେ ରାଜନୀତି  

ପାଷାଣ୍ଡ ରାଜୁତି, ଚାରିଆଡେ ଆଜି ଦରକାର ହୁଏ

ଖାଲି ଟଙ୍କା ଖୋସମଦି ନୀତି ।


ଦୁଃଖ ଦୁର୍ଦ୍ଦଶାରୁ ମୁକ୍ତି ନିମିତ୍ତ, ହେ କୃଷକ ଭାଇ

ଉଠ ଦୁର୍ବଳ, ଜାଗ କଙ୍କାଳ

ପୁଂଜିପତି ମାନବିକତା ଭୁଲିଛି, ଅଧିକାର ପାଇବା 

ପାଇଁ ଉଠ ଦୁର୍ବଳ, ଜାଗ କଙ୍କାଳ ।



Rate this content
Log in

Similar oriya poem from Inspirational