ଜାତି
ଜାତି
ଯଦି ନାହିଁ ଜାତିଧର୍ମ
ଏକ କର ସବୁ ମର୍ମ
କୋଟା ବ୍ୟବସ୍ଥାକୁ ଉଚ୍ଛେଦ କର
କାହାକୁ ନ ଥିବ ସର୍ମ ।
ଜାତିଆଣ କିଏ କଲା
ଯାହା ତ ଧର୍ମ ଥିଲା
ଭାରତ ମାଟି ହିନ୍ଦୁ ମାଟି
କିଏ ତାକୁ ଭାଙ୍ଗି ଗଲା ।
ସଭିଙ୍କର ରକ୍ତ ଏକ
ଦେଖରେ ସନ୍ତାନ ଦେଖ
ଗୋଟିଏ ମା’ର ସନ୍ତାନ ଆମେ
ଇତିହାସୁ କିଛି ଶିଖ ।
ଆମେ ହିଁ ହିନ୍ଦୁ ମୁସଲିମ ଆମେ
ଅମେ ରେ ଜୈନ ଖ୍ରୀଷ୍ଟ ଆମେ
ଐତିହେ ଆମର ପୌରୁଷ ଆମେ
କେବଳ ହିନ୍ଦୁ ସର୍ଵ ନାମେ ।
ଭଗବାନ ଏକ ଜାତିଟି ଏକ
ରକ୍ତ ଏକ ସଂସ୍କୃତି ଦେଖ
କେବଳ ବାଣ୍ଟିବା ପ୍ରକୃତି ପାଇଁ
ଅପ୍ରାକୃତିକ ମଣିଷ ଦେଖ ।
ଅଲଗା ଅଲଗା ବିଭାଜନ କରି
ଅଲଗା କରି ମଣିଷ ଜାତି
କିଏ ଅଛିରେ ଦୁଖୀର ସାହା
ଲୁଚି ଗଲାଣି ପ୍ରେମ ପ୍ରକୃତି ।
ଦୁଃଖେ ଆମେ ସୁଖେ ଆମେ
ମଲେ ଆମେ ଥିଲେରେ ଆମେ
ଆସରେ ବନ୍ଧୁ ଆସରେ ସଖା
ହେଉଛି ଧର୍ମ ବଜାରେ ବିକା ।
ରକ୍ଷା କରିବା ମାନବ ଧର୍ମ
ହୃଦୟେ ଭରିବା ମାଟିର ମର୍ମ
ଦେଶ ଜାତି ପାଇଁ ଲଢ଼ିବା ଭାଇ
ଭାରତ ଭୂଇଁର ଉତ୍ଥାନ ପାଇଁ ।
