STORYMIRROR

Tapan Kumar Biswal

Tragedy Inspirational

4  

Tapan Kumar Biswal

Tragedy Inspirational

ଜାଣିଛ କି ତାର ନାଁ ???

ଜାଣିଛ କି ତାର ନାଁ ???

1 min
23.9K


ତୁମେ ଯେବେ ପ୍ରଥମେ

କାନ୍ଦୁଥିଲ

କିନ୍ତୁ ସେ ହସୁଥିଲା

ଜାଣିଛ କି ତାର ନାଁ ???

ସେ ମା

ଆମ ମା ।


କିନ୍ତୁ ତାପରେ ସେ

ତୁମ ଖୁସି ରେ ଖୁସି ହୋଇଛି

ଦୁଃଖରେ ସହାରା ହୋଇଛି 

ଜାଣିଛ କି ତାର ନାଁ ???

ସେ ମା

ଆମ ମା ।


ସରଗ ଠୁ ବଡ଼

ନଦୀ ରୁ ଗଭୀର

ଜାଣିଛ କି ତାର ନାଁ ???

ସେ ମା

ଆମ ମା ।


ପଣତ ତାହାର

ଶ୍ରୀ ମନ୍ଦିର ନେତ

ଭୋକିଲା ପେଟର 

ଚିହ୍ନିପାରେ ଭୋକ

ଜାଣିଛ କି ତାର ନାଁ ???

ସେ ମା

ଆମ ମା ।


ଆମ ଅସୁସ୍ଥ ଦେହର

ସେବାଯତ୍ନ କରେ

ବଦ ଅଭ୍ୟାସ ନିଶା ପାଣିଠାରୁ

ଦୂରେଇ ରଖେ 

ଜାଣିଛ କି ତାର ନାଁ ???

ସେ ମା

ଆମ ମା ।


ଦୁନିଆରେ ପରିଚୟ ଦିଏ

ଯେତେ ଦୂରେ ଥିଲେ 

ଭଲ ମନ୍ଦ ବୁଝେ 

ଜାଣିଛ କି ତାର ନାଁ ???

ସେ ମା

ଆମ ମା ।


ଜୀବନର ପ୍ରେରଣା ସେ

ଘରର ଜୀବନ ସେ

ଜାଣିଛ କି ତାର ନାଁ ???

ସେ ମା

ଆମ ମା ।



ଦୁନିଆ ର ସମସ୍ତେ 

ଗୋଟିଏ ପାର୍ଶ୍ଵରେ

କିନ୍ତୁ ସିଏ ଏକାକୀ ମଧ୍ୟ

ତୁମ ସପକ୍ଷରେ

ଜାଣିଛ କି ତାର ନାଁ ???

ସେ ମା

ଆମ ମା ।


ଝୁଣ୍ଟି ପଡିଲେ ହଠାତ

ପାଟିରୁ ବାହାରି ଆସେ

ସେ ପବିତ୍ର ନାଁ

ଜାଣିଛ କି ତାର ନାଁ ???

ସେ ମା

ଆମ ମା ।


             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy