STORYMIRROR

SUJATA DAS

Classics

4  

SUJATA DAS

Classics

ଜାଗରେ ଉତ୍କଳ

ଜାଗରେ ଉତ୍କଳ

1 min
295

  ଜାଗରେ ଉତ୍କଳ

    ମନେ ଭରି ବଳ

      ନେଇ ନବ ଉନ୍ମାଦନା

  ମାଟି ମାଆ ମାଗେ

    ମମତାର ମୁଲ

      ଖୋଜେ ନିଜର ଠିକଣା ।


  ଉଠ କବିବର

    ଧରି ହତିଆର

      ଦିଅ ବିପ୍ଳବ ଡାକରା

  ଶୁପ୍ତ କର୍ଣ୍ଣଧାରେ

     ବାଜିଉଠୁ ଆଜି

       ଭାଷା ସୁରକ୍ଷାର ନାରା ।


  ଓଡ଼ିଆ କହିବା

     ଓଡ଼ିଆ ପଢିବା

       ଲେଖିବା ଓଡ଼ିଆ ଭାଷା

  ପାଶ୍ଚାତ୍ୟ ସଂସ୍କୃତି

    ଆପଣାର କରି

      ହେବାନାହିଁ ଲୋକ ହସା ।


   ମଧୁ ବାରିଷ୍ଟର

     ଫକୀର ମୋହନ

       ଉତ୍କଳ ମଣିଙ୍କ ସାଥେ

  ଓଡ଼ିଆ ଭାଷାର

    ସୁରକ୍ଷା ପାଇଁ କି

      ଲଢ଼ିଥିଲେ ସାଧ୍ୟ ମତେ ।


  ରଚିଥିଲେ କାବ୍ୟ

    ଗଳ୍ପ ଉପନ୍ୟାସ

      ଛନ୍ଦ ଉପମା ସହିତ

   ବିମୁଗ୍ଧ ପାଠକେ

     କାବ୍ୟ ରସାମୃତେ

       ଆତ୍ମା ହୁଏ ଅଭିଭୂତ ।


   ଜାଗି ଉଠ ସର୍ବେ

     ହୁଅ ସଚେତନ

       ଆସୁ ନବ ଜାଗରଣ

   ଭାଷାର ସୁରକ୍ଷା

     ଦାୟିତ୍ବ ଆମର

        କରିବା ସଭିଏଁ ପଣ ।


  ଆପଣା ସଂସ୍କୃତି

     ପ୍ରଥା ପରମ୍ପରା

       କରିବାନି କେବେ ପର 

   ମାତୃ ଭୂମି ମାତୃ

     ଭାଷା ବିନା ନାହିଁ

       କିଛି ଆମ ପରିଚୟ ।


Rate this content
Log in

Similar oriya poem from Classics