Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational

4  

Chittaranjan Nanda

Inspirational

ଜାଗ ଶ୍ରମିକ କୃଷକ, ଶୋଷଣ ହଟାଇବା

ଜାଗ ଶ୍ରମିକ କୃଷକ, ଶୋଷଣ ହଟାଇବା

1 min
421


ଚିନ୍ତା ଓ ଚେତନା ଦ୍ଵାରା, ସମାଜ 

ଯାଏ ବଦଳି

ନିଜେ ଶୁଦ୍ଧ ହେଲେ ବଦଳି ଯାଏ 

ଜୀବନ ଶୈଳୀ  ।


ପରସ୍ପର ମଧ୍ୟେ ପ୍ରେମର ଭାଵନା

ଲୋଡ଼ା ଅଛି

ଶାସକର ମିଛର ଅଭିନୟେ ସମ୍ପର୍କ 

ହଜି ଯାଇଛି ।


କଥାରେ ଅଛି ପୋଡିଗଲା ତିଅଣର

ସୁଆଦ ନାହିଁ

ମନେରଖ, ଶୋଇଲା ପୁଅର କେବେ

ତ ଭାଗ ନାହିଁ ।


ଲହୁ ଲୁହ ନିଗାଡି ଯେତେ ଶ୍ରମିକ ଅଛ

କରୁଛ ତ ଶ୍ରମ

ଶ୍ରମର ମୂଲ୍ୟ ପାଇବା ତୁମର ଅଧିକାର,

ତାହା ତୁମ ଧର୍ମ ।


ଚାଷ କାର୍ଯ୍ୟକରି ହେ ଚାଷୀ ଭାଇ, ତୁମ

ଜୀବନ ବିତାଉଛ

ଚାଷର ମୂଲ୍ୟ ଶୋଷି ନେଉଛନ୍ତି, ଅଭାବର 

ପୀଡାରେ ତୁମେ ଅଛ ।


ଛନ୍ଦ କପଟ କରି ତୁମର ଶ୍ରମର ମୂଲ୍ୟ,

ସବୁ ନେଇ ଯାଉଛନ୍ତି ଯିଏ 

ଜାଗ ଶ୍ରମିକ, ଜାଗ କୃଷକ, ହଟାଇବା

ପାଇଁ ଏ ଶୋଷଣ କରୁଛି ଯିଏ ।


ପୁଂଜିବାଦୀ ସମାଜେ, ସୁସ୍ଥ ସମାଜଟା ଦୁସ୍ଥ 

ପାଲଟୁଛି, ଜୀଇଁବାଟା ଦୁର୍ବିସହ

ହଟାଇବାକୁ ହେବ ଯାହା ମେଲାଇଛି ନେବା

ଓ ଦେବାର ଲୋଭର ମୋହ ।


ବଇରି ହୋଇବ ତୁମେ ଯେବେ ସମାଜରେ 

ଅପ୍ରିୟ ସତଟା ଦେଲେ କହି

କୁହନ୍ତୁ ତୁମକୁ ବିପ୍ଳବୀ, ନିଚ୍ଛକ ସତ୍ୟକୁ ମନେ

ମନେ ହେଜ, ଡରିବ କିପାଇଁ ।


Rate this content
Log in

Similar oriya poem from Inspirational