STORYMIRROR

Alhadini Panigrahi dash

Inspirational

4.2  

Alhadini Panigrahi dash

Inspirational

ଜାଗ ହେ ନାରୀ ଜାଗ

ଜାଗ ହେ ନାରୀ ଜାଗ

2 mins
1.6K


ନିଦ୍ରା ତେଜି ଉଠ ହେ ଆଜି ସୁପ୍ତ ନାରୀ ଜାଗ ....

ଅନ୍ଧାର ଚିରି ଉଇଁଛି ଦେଖ ନବ ସମ୍ଭାବନା ସୂର୍ଯ୍ୟ...

ସୁନେଲି କିରଣ ଝରାଇ ଝରାଇ ହସୁଛି ପୂର୍ବ ଦିଗ...

ନୂଆଁ ସକାଳ ର ନବୀନ ଆଲୋକେ ନିଜକୁ ଚିହ୍ନିବା ଆସ..l

ଜାଗ ହେ ନାରୀ ଜାଗ, ସୁପ୍ତ ନାରୀ ଜାଗ ା(୧)


ଦୁର୍ଗା ଙ୍କ ଶକ୍ତି, ସରସ୍ଵତୀ ଧନ ହ୍ରୁଦୟେ ରହିଛି ଆମ୍ଭ....

ତଥାପି କାହିଁକି ଆଜିର ନାରୀ ହେଉଅଛି ନିର୍ଯ୍ୟାତିତ...

ସର୍ବଂସହା ଉପାଧି ର ଲୋଭ ଦେଖାଇ ଏଇ ସମାଜ ...

ଅଗ୍ନି ପରିକ୍ଷା ନିଏ ପୁଣି କେବେ ଦିଏ ପାଷାଣୀ ରୁପ...

ଜାଗ ହେ ନାରୀ ଜାଗ ସୁପ୍ତ ନାରୀ ଜାଗ ା(୨)


ସହିବାନି ଆଉ କ୍ରୁର ନିର୍ଯ୍ୟାତନା, ସହିବାନି ଅପମାନ...

କଷଣ ସହିବା ପାଇଁ କି ,କିଆଁ ଗୋ ,ନେଇଅଛୁ ନାରୀ ଜନ୍ମ....?

ତ୍ରସ୍ତ ନ ହୋଇ ଦୀପ୍ତ ସ୍ବର ରେ ରଖ ନିଜ ସମ୍ଭାଷଣ...l

ଜାଗହେ ନାରୀ ଜାଗ ସୁପ୍ତ ନାରୀ ଜାଗ .ା(୨)


ଭୁଲି ଯାଇଛୁ କି ଏଇ ଦେଶ ପରା ଲକ୍ଷ୍ମୀ ବାଇ ଙ୍କ ଦେଶ...

ପବନ କୁ ଯିଏ ପବନେ ଉଡାଇ ଧରିଲେ ଯୋଦ୍ଧା ବେଶ..

ବାଦଲ୍ ପ୍ରୁଷ୍ଠ ରେ ବସି କେବେ ପୁଣି ଗର୍ଜିଲେ ଧରି ଖଡ୍ଗ ...

ପ୍ରୁଷ୍ଠ ଦେଶ ରେ ପୁତ୍ର କୁ ଧରି ରଣଭୂମେ ଅଗ୍ରସର...

ସେହି ମହିୟସୀ ନାରୀ ଦେଶେ ଜନ୍ମି ଆମର କାହିଁକି ଭୟ..?

ଅବଳା, ଦୂର୍ବଳା କହିବାକୁ ଟିକେ ଦୁନିଆଁ କୁ ଲାଗୁ ଲାଜ...

ଜାଗ ହେ ନାରୀ ଜାଗ ସୁପ୍ତ ନାରୀ ଜାଗ ...(୩)


ଦୁର୍ଗା ବତୀ ରାଣୀ ,ସେ ବୀରା ରମଣୀ ,ମରି ବି ଆଜି ଅମର...

ଆମ ପରି ନାରୀ ଇନ୍ଦିରା ଗାନ୍ଧୀ ଚଳାଉଥିଲେ ଏ ଦେଶ ...

ଏପରି ଦେଶରେ ଜନ୍ମ ଲଭି ବି ନାରୀ ନୁହେଁ ସୁରକ୍ଷିତ ..

ତଥାପି ନିର୍ଭୟା, କୁନ୍ଦୁଲି କାଣ୍ଡ, କାହିଁକି ଘଟଇ କୁହ....?

ଜାଗ ହେ ନାରୀ ଜାଗ ସୁପ୍ତ ନାରୀ ଜାଗ.....(୪)


ସୁଧୁରି ଯାଅ ,ସୁଧୁରି ଯାଅ, ସୁଧୁରି ଯାଅ ସମାଜ ....

ନାରୀ ବିନା କେବେ ସ୍ରୁଷ୍ଟି ସର୍ଜନା ହୋଇ ପାରିଛି କି କୁହ...

ଦିନଟେ ଆସିବ ନିଶ୍ଚେ ଆସିବ ଜାଗିବ ନାରୀ ସମାଜ ...

ବସୁଧା କମ୍ପିବ ,ଆକାଶ ଥରିବ,ସ୍ରୁଷ୍ଟି ହେବ ଥରହର....

ଲକ୍ଷ୍ମୀ ରୂପରୁ ,ନାରୀ ଯେବେ ନେବ,ମହାକାଳୀ ଅବତାର .

ଜାଗ ହେ ନାରୀ ଜାଗ ସୁପ୍ତ ନାରୀ ଜାଗ ..

ା(୫)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational