STORYMIRROR

Santosh Pattnayak

Inspirational Others

3.4  

Santosh Pattnayak

Inspirational Others

ଜାଗ ବୀରଗଣ

ଜାଗ ବୀରଗଣ

1 min
489



ଉଠରେ ପୁତା ତୁ ଝଅଟ ଉଠ

ବୀରଦର୍ପେ ଚଳ ନକରି ମଠ ।।


ତୁ'ଉଠି ବେଗେ ଅନ୍ୟକୁ ଉଠା

ଦେଖୁ ଏ ଜଗତ ଆମରି ଶ୍ବାର୍ଦ୍ଧା ।।


ଜନନୀ ଆହ୍ବାନେ ଜାଗ ବୀରଗଣ

ବଜ୍ରାଘାତ ସମ ଚଲାଅ କମାଣ ।।


ତୀକ୍ଷ୍ନ ତୀର ସମ ଗର୍ଜିଉଠୁ ତୋପ

ସ୍ନାହାନ କରତୁ ଶତ୍ରୁ ଶୋଣିତ ।।


ବୀରଦର୍ପେ ମାଡି କର ତୁ' ଯୁଦ୍ଧ

ଶତ୍ରୁ ଆନନ କର ତୁହି ଛେଦ ।।


ଜନନୀ ଜପୁଛି ବିଜୟ ମନ୍ତ୍ର

ଉଠାଅ ଖଡ୍ଗ ଚଲାଅ ଅସ୍ତ୍ର ।।


ଆସ ଆସ ସର୍ବେ ହୁଅ ଏକତ୍ରିତ

ବେଳହୁଁ ଦେଖାଅ ନିଜ କତୃତ୍ବ ।।


ହାତେ ଧର ତୁହି ବନ୍ଧୁକ କମାଣ

ଦେଶ ଲାଗି କର ଶକ୍ତି ଅନ୍ବେଷଣ ।।


ଜନନୀ ଆଦେଶେ ବଧ ଏ ଶଠ

ଉଠରେ ପୁତା ତୁ ଝଅଟ ଉଠ ।।


✍ ସନ୍ତୋଷ ପଟ୍ଟନାୟକ , ଗଞ୍ଜାମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational