STORYMIRROR

Ajita Mishra

Inspirational

3  

Ajita Mishra

Inspirational

ଜ୍ୱଳନ୍ତ ଆହ୍ୱାନ

ଜ୍ୱଳନ୍ତ ଆହ୍ୱାନ

1 min
36

ସ୍ୱାଧୀନତା

ସାଧୁସନ୍ଥ କି ସହିଦର

ଚିତ୍ରଟିଏ ନୁହେଁ

ଉତାରିଦେବା ତା'କୁ

କାନଭାସରେ

ବିଶ୍ୱାସ ଥିଲା

ସ୍ୱାଧିନତାର ରସ ଚାଖିବାକୁ

ହେଲେ ସହିଦ୍

ଫୁଲମାଳ ପିନ୍ଧି ମୁକ ହୋଇଗଲେ

ବୋଧହୁଏ ଆଉ କେହି

ଭୋଗିବାର ଅଛି ବୋଲି

ଗାଦି ଛାଡ଼ି ଦେଲେ


ଗାନ୍ଧୀ ଗୌତମର ଆଦର୍ଶ ନାହିଁ

ଶାସ୍ତ୍ରୀ ଓ ବୋଷ୍ ଲୁଚିଗଲେ କାହିଁ

ଦିନ ଦ୍ୱିପହରରେ ଲୁଟ୍-ତରାଜ୍

ଅପମାନ ଇଜ୍ଜତରେ କଳଙ୍କ ଲାଗୁଛି

ଆକ୍ରୋଶ ଓ ପ୍ରତିଆକ୍ରମଣ

କେହି ନିଆଁରେ ଜଳେ

କେହି ପେଶି ହୁଏ ଟ୍ରେନ ଚକ ତଳେ


ମନ୍ତ୍ର ପାଠ ହୁଏ

ମାତ୍ର ଭୁଲି ଯାଉ ଗୀତାର ସନ୍ଦେଶ

ରାମ ରହିମଙ୍କ ଯୁଦ୍ଧ ଚାଲେ

ବଳିଦାନର ଲଟେରି ଲାଗେ

ଅଗ୍ନିଶିଖାରେ ପୁଲିସ୍ ଗୁଳିରେ

ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ

ଚାରିଆଡ ହାହାକାର

ଖୁବ୍ ସହଜରେ ଲୋକତନ୍ତ୍ର

ନିଲାମ ହେଲା ବାରମ୍ବାର


ମୂର୍ତ୍ତିଟିଏ ହେବା ଆଗରୁ

ପଥରଟେ ହବା

ଦୁଃଖର ଗରଳକୁ 

ପାନ କରି କଷଣ ସହିବା

ଆଜି ସ୍ୱତନ୍ତ୍ର ଦିବସର

ଜ୍ୱଳନ୍ତ ଆହ୍ୱାନ

ଶାସନ ପ୍ରଶାସନ

ସାମ୍ବାଦିକ ସମାଜ-ସେବୀ

ସପକ୍ଷ ବିପକ୍ଷ ଏକାଠିହୋଇ

ଆଗେଇନିଅ ସତ୍ୟ ଓ ଧର୍ମର

ଏକ ସରକାର 


ଜୟ ଜଗନ୍ନାଥ 🙏🕉️



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational