STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

ଇତିହାସ ହେବ ଏମିତି

ଇତିହାସ ହେବ ଏମିତି

1 min
12.1K

ତାଲାବନ୍ଦ ର ପର୍ଯ୍ୟାୟ 

ଆଣିଦେଇଛି ବିଜୟ 

ହେବା ପାଇଁ ଅମର ଅଜୟ 

ଆଗାମୀ ବଂଶଧର ବସି କୋଳେ 

ସନ୍ଦିଗ୍ଧ ନୟନ ମେଲି କାଳେ 

ପଚାରିବେ ତାଲାବନ୍ଦ କଣ କହନ୍ତି ସକଳେ 

ଏମିତି ମହାମାରୀ ଆସେ 

ପ୍ରତିଷେଧକ ତାଲାବନ୍ଦ ର ଉଶ୍ୱାସେ 

ଟୀକା ବାହାରିବା ଯାଏଁ 

ମାରିଥିଲୁ ନିଶ୍ୱାସ ବିଶ୍ୱାସେ 

ହସିବ, ପଢିବ ଇତିହାସ 

ଜାଣିବ ଆମ ଏଇ ଦେଶ 

ପ୍ରକୃତିକୁ ଜିତିବାକୁ ତାଲାବନ୍ଦ ର ହସ 

ସିଏ ବି ମଣିଷ ହେଉ 

ଅତୀତ ଭବିଷ୍ୟତ ଭିତରେ ଯୁଆଡେ ଯାଉ 

ବର୍ତ୍ତମାନରେ ସଂହତି ସଂଗତି ରଖିଥାଉ 

ସମେସ୍ତେ ଦେଶର ନାଗରିକ ଯଦି 

ଯାହାକୁ ବି ଦିଅନ୍ତୁ ସରକାର ଗାଦି 

ପଛରେ ଠିଆ ହୁଅନ୍ତୁ ବିପଦେ ଆପଦି 

ଚୋର ଯାଇସାରିବା ପରେ କାଦୁଅ ନ ଫିଙ୍ଗି 

ଇତିହାସ ପଢନ୍ତୁ କେମିତି ଗଲେ ଫିରିଙ୍ଗି 

ମେଳି ହୋଇ ଏକ ସ୍ବରେ ହେବାକୁ ଏକାଙ୍ଗି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract