STORYMIRROR

Chandrakanta Jena

Romance

3  

Chandrakanta Jena

Romance

ଇତି ତୁମ ଚନ୍ଦ୍ରକାନ୍ତ

ଇତି ତୁମ ଚନ୍ଦ୍ରକାନ୍ତ

1 min
267

କହିବି କହିବି ଯେତେ ମୁଁ ଭାବୁଛି

ପାରୁନାହିଁ କେବେ କହି

ଭଲପାଏ ବୋଲି କହିବା ପାଇଁ 'କି

ସାହାସ ମୋ ପାଏ ନାହିଁ       !!


ସେଥି ଲାଗି ପ୍ରିୟା ତୁମରି ନାମରେ

ଲେଖୁଛି ମୁଁ ଏହି ପତ୍ର

ହୃଦୟ ମାନସୀ ତୁମେ ଦିବାନିଷି

ହୋଇଛ ସେହ୍ନର ପାତ୍ର        !!


ଏ ଚିଠି ଲେଖୁଛି ପ୍ରିୟା ତୁମ ପାଇଁ

ଚିଠିକୁ ଖୋଲି ପଢିବ

ହୋଇଥିଲେ ତୃଟି ଏଇ ଥର ପାଇଁ

ପ୍ରିୟା ମୋତେ କ୍ଷମା ଦେବ      !!


ପ୍ରଥମ ପ୍ରେମର ପ୍ରଥମ ଚିଠିକୁ

ଲେଖୁଛି ତୁମରି ପାଇଁ

ଚିଠି ପଢି ସାରି ଚିଠିର ଉତ୍ତର

ପ୍ରିୟା ଲୋ ଦେବ ପଠାଇ       !!


ତୁମ ଭାବନାରେ କ'ଣ ଅଛି ପ୍ରିୟା

ସେ କଥା ମୁଁ ଜାଣେ ନାହିଁ

ଭଲପାଏ ବୋଲି ଏହି ପତ୍ର ଟିକୁ

ଲେଖୁଛି ତୁମରି ପାଇଁ         !!


କେଜାଣି କାହିଁକି ତୁମେ'ହିଁ କେବଳ

ଆପଣା ଲାଗୁଛ ସଖି

ବାନ୍ଧବୀ ବୋଲି ମୁଁ ଗ୍ରହଣ କଲିଣି

ତୁମରି ଉତ୍ତର ବାକି          !!


ବହୁତ କିଛି ମୁଁ ଲେଖୁ ନାହିଁ ପ୍ରିୟା

ରହୁଛି ମୁଁ ଏତିକିରେ

ତୁମ ଚିଠି ପ୍ରିୟା ଜଲ୍ ଦି ପଠାଇବ

ରହିଲି ମୁଁ ଅପୋକ୍ଷାରେ       !!


ମୋ ଭଲପାଇବା ପ୍ରିୟା ତୁମପାଇଁ

ହେବନାହିଁ କେବେ ଅନ୍ତ

ରଖୁଛି କଲମ ଏତିକିରେ ସଖି

ଇତି ତୁମ ଚନ୍ଦ୍ରକାନ୍ତ          !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance