STORYMIRROR

Sunanda Mohanty

Classics Inspirational Others

4  

Sunanda Mohanty

Classics Inspirational Others

ଇଶ୍ୱର

ଇଶ୍ୱର

1 min
329

ହେ ଇଶ୍ୱର ତୁମେ ବିଶ୍ୱର ସଚରାଚର ଘେନ ନମସ୍କାର 

ତୁମ ସୃଷ୍ଟିର ରଖନା ବାଛ ବିଚାର ଅବା ଅବିଚାର 

ସର୍ବେ ହୁଅନ୍ତୁ ସୁଖୀ କେହି ନ କହୁ ଦୁଃଖି ହେ ଭବସାଗର 

ତୁମ ଦୟାରେ ମଣିଷ ପଶୁ ଓ ବୃକ୍ଷ ଜାତି ଭିତରେ ରହୁ ଆଦର 

ପ୍ରେମ ହେଉ ଏଠାରେ ନିର୍ମଳ ଶାଶ୍ୱତ ନିର୍ଝର ପରସ୍ପର 

ତୁମ କରୁଣା ବାରିଧି ରେ ଝଲସୁ ଆଲୋକ ଦୁରେଇ ଅନ୍ଧାର 

ତୁମ ମହିମା ରେ ବରଷୁ ସାରସ୍ୱତ ଶୀତଳ ସଦାଚାର ବେଭାର 

ତୁମେ ଆଶା ତୁମେ ଭରସା ତୁମେ ନିଶ୍ୱାସ ତୁମେ ବିଶ୍ୱାସ ଏ ବିଶ୍ୱର 

ତୁମେ ଅଦୃଶ୍ୟ ବିନ୍ଧାଣୀ ରୁପାର ଗୌଣୀ ସୁନାର ଥାଳିଆ ସଭିଙ୍କର 

କି ଦୁଃଖି କିବା ରଙ୍କି କର୍ମ ଦିଅ ତାଙ୍କୁ ସୃଷ୍ଟି ରକ୍ଷକ କାରିଗର 

ବିଶ୍ୱରେ ବୁଣିଦେଇଛ ଆର୍ଶୀବାଦ ସଚରାଚର ଉଦେଶ୍ୟ ମହତ୍ତର 

ତାକୁ ରକ୍ଷା କରିବାକୁ ଶକ୍ତି ସାମର୍ଥ୍ୟ ର ଖୋଲି ଦିଅ ଗନ୍ତାଘର 

ତୁମ ପାଦ ପଦ୍ମ ରେ ରଖି ଲୟ ମଣିଷ ହେଉ ଆଗୁସାର 

ହେ ବିନ୍ଧାଣୀ ତୁମେ ଅନାଦି ଅନନ୍ତ ଅସୀମ ସୀମା ର ସମାହାର 

ବୁଦ୍ଧି ବିଦ୍ୟା ଧନ ଜନ ସୌନ୍ଦର୍ଯ୍ୟ ଆଉ କର୍ମ କରିବାକୁ ବଳ ଅପାର 

ତୁମ ଲକ୍ଷ ଆଜି ଲାଗେ ବିକ୍ଷିପ୍ତ କାହିଁକି ହେ ପ୍ରଭୁ ଇଶ୍ୱର 

ତୁମେ ସ୍ରଷ୍ଟା ତୁମେ ପିତାମହ ତୁମେ ସକଳ ଘଟ ର ପରମେଶ୍ୱର 

ତୁମ ସୃଷ୍ଟି ତୁମେ ରକ୍ଷାକର ହୋଇ ନବଗ୍ରହ ଆହେ ଇଶ୍ୱର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics