ଇପ୍ସିତ ଈଶ୍ବର
ଇପ୍ସିତ ଈଶ୍ବର
ମନରଟାଙ୍ଗରା ଭୂଇଁ ରେ ଦଣ୍ଡାୟମାନ
ଅନେକ ପ୍ରଶ୍ନ ର ପାହାଡ,
ହୃଦୟର ସିନ୍ଦୁକ ରେ ସାଇତା
ଅନେକ ଅବ୍ୟକ୍ତ ଅନୁଭବ,
ବୟସର ଗହଳତାରେ,
ଜୀବନର ଅପରାହ୍ନ ରେ...
ପାଦ ମୋର କ୍ଲାନ୍ତ ଅବଶ,
ତଥାପି !
ଜୀବନର କ୍ଷଣ ଭଙ୍ଗୁର ପଥରେ,
ମୁଁ ପଥିକ ଟିଏ,
ପାନ୍ଥଶାଳା ର ଆତିଥ୍ୟ ମୁଁ ଲୋଡେନା
ପ୍ରତିକ୍ଷୀତ ଯାହା ପାଇଁ,
ସେ ମୋର ଇପ୍ସିତ ଈଶ୍ୱର ll