STORYMIRROR

Mitali Madhusmita

Abstract

4  

Mitali Madhusmita

Abstract

ଇପ୍ସିତ ଈଶ୍ବର

ଇପ୍ସିତ ଈଶ୍ବର

1 min
420


ମନରଟାଙ୍ଗରା ଭୂଇଁ ରେ ଦଣ୍ଡାୟମାନ 

ଅନେକ ପ୍ରଶ୍ନ ର ପାହାଡ, 

ହୃଦୟର ସିନ୍ଦୁକ ରେ ସାଇତା

ଅନେକ ଅବ୍ୟକ୍ତ ଅନୁଭବ, 

ବୟସର ଗହଳତାରେ, 

ଜୀବନର ଅପରାହ୍ନ ରେ...

ପାଦ ମୋର କ୍ଲାନ୍ତ ଅବଶ, 

ତଥାପି !

ଜୀବନର କ୍ଷଣ ଭଙ୍ଗୁର ପଥରେ, 

ମୁଁ ପଥିକ ଟିଏ, 

ପାନ୍ଥଶାଳା ର ଆତିଥ୍ୟ ମୁଁ ଲୋଡେନା

ପ୍ରତିକ୍ଷୀତ ଯାହା ପାଇଁ, 

ସେ ମୋର ଇପ୍ସିତ ଈଶ୍ୱର ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract