STORYMIRROR

Satyabati Swain

Tragedy

4  

Satyabati Swain

Tragedy

ଇଣ୍ଟରଭିୟୁ

ଇଣ୍ଟରଭିୟୁ

1 min
530


ଘରେ ସମସ୍ତେ ବିରକ୍ତ

ହତାଶ ବି

ମୁଁ ଅଣନିଃଶ୍ଵାସୀ

କ୍ଳାନ୍ତ।


ସେମାନେ ଆସୁଥିଲେ ବାରମ୍ବାର

ନୂଆ ନାଁ ରେ

କେତେ ଦାବି ନେଇ

ଭାସୁଥିଲେ 

ମିଠା ସର୍ବତ ,ଚା ବା କଫିରେ

ମୁଁ ଭାସୁଥିଲି 

ମୋ ଆଖିର ଲୁଣିଆ ପାଣିରେ।


ସେମାନଙ୍କ ଅନାଗ୍ରହ 

ନାସ୍ତି ବାଣୀ

ଆଣୁଥିଲା ନିରବ ଝଡ଼

ମୋ ଭିତରେ ଏବଂ

ଆମଘରେ

କାରଣ ମୁଁ ଯେ ମେଘ ରଂଗୀ ଦେହୀ।।


ହାୟ!ମୁଁ ହୋଇଥାନ୍ତି କି

ଚମ୍ପା ଫୁଲ

ଆକର୍ଷି ନେଇଥାନ୍ତି କାହାର ମନକୁ ।


ମେଘ ରଂଗୀ ଭିତରେ

ମେଞ୍ଚେ ସ୍ୱପ୍ନ ମଉଳନ୍ତି ବାସ୍ନା ନ ଦେଇ

ମନରେ ଲାଗେ ନିଆଁ

ତୁଚ୍ଛ ମଣେ ଜୀବନ

ଭାଙ୍ଗେ ହୃଦୟ ସବୁଥର।


ବାର ବାର ନାହିଁ ଶବ୍ଦ ଶୁଣି ଶୁଣି

ଥକି ପଡ଼ିଥିଲି ମୁଁ

"ଇଣ୍ଟରଭିୟୁ "ଦେଇ ଦେଇ

ହେଉ ନ ଥିଲି କାର ପସନ୍ଦ

ମେଘ ରଙ୍ଗ ଦେହ ନେଇ

କିଏ ବା ସଜେଇବ

ତା ମନ ଡ୍ରଇଂ ରୁମ୍!






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy