STORYMIRROR

Srinibas Mahalik

Comedy Abstract Others

2  

Srinibas Mahalik

Comedy Abstract Others

ଇଣ୍ଟର କାଷ୍ଟ ମ୍ୟାରେଜ

ଇଣ୍ଟର କାଷ୍ଟ ମ୍ୟାରେଜ

1 min
14.1K


 ଇଣ୍ଟର-କାଷ୍ଟ ମ୍ୟାରେଜରେ ଘଟେ

  କେତେ ବାଧା ଅସୁବିଧା

 ପିତାମାତା ଏହି ମ୍ୟାରେଜକୁ ନେଇ

  କୁହନ୍ତି ଓଲଟା ସିଧା ।।

 ସେଥିପାଇଁ କେତେ ପୁଅଝିଅ ଘରୁ

  ଯାଆନ୍ତି ଫେରାର ହୋଇ

 ଆଉ କେତେ ପିଲା ଜୀବନ ହାରନ୍ତି

  ବେକରେ ଦଉଡି ଦେଇ ।।

 ପ୍ରେମରେ କେତେକ ବ୍ରେକ୍ ଅପ୍ କରନ୍ତି

  ଘରେ ନହେବାରୁ ରାଜି

 ଆଉ କିଏ ପୁଣି ବିବାହ ନକରି

  ରୁହେ ବ୍ରହ୍ମଚାରି ସାଜି ।।

 ସରକାର ଏହି ବିବାହକୁ ଯେତେ

  କଲେ ସୁଧା ପ୍ରୋତ୍ସାହନ

 ବାସ୍ତବ ଜୀବନେ ଏଭଳି ଘଟଣା

  ହେବନାହିଁ ସମାପନ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy