STORYMIRROR

Er. Prakash Majhi

Inspirational Children

3  

Er. Prakash Majhi

Inspirational Children

ଇନ୍ଦ୍ରଜାଲ

ଇନ୍ଦ୍ରଜାଲ

1 min
187

ବିଜ୍ଞାନର ଜୈତ୍ରୀ ଗଢି ନବରୂପେ

ପ୍ରଜ୍ଞାଶୀଳ ଉଦ୍ଭାବନ

ପରୀ ରାଇଜର କଳ୍ପିତ କାହାଣୀ

କରିଣ ସତେ ପୂରଣ। ॥୧॥


ସଂଯୋଗୀକରଣ ସମ୍ବନ୍ଧ ସ୍ଥାପନ

କରେ ବାର୍ତ୍ତା ବିନିମୟ

ସେବାଦାସ କରି ଅଗ୍ନି ଓ ବାୟୁକୁ

ହୋଇଛି ଆଜି ବିଜୟ। ॥୨॥


ମାୟାମହଲରେ ମାନବ ଚିତ୍ତକୁ

କରି ମହାଯାଦୁକର

ଶିକ୍ଷା ସ୍ୱାସ୍ଥ୍ୟ କଳା ସାହିତ୍ୟ ସଙ୍ଗୀତ

ଦୃତେ କରଇ ପ୍ରସାର। ॥୩॥


ଜନଜୀବନରେ ଇନ୍ଦ୍ରଜାଲ ସାଜି

ମୋହେ ନେଟ୍ କମ୍ପୁଟର

ବିପୁଳ ମହୀକୁ ଗବାକ୍ଷ ଫିଟାଇ

ସାଧେ ମହା ଉପକାର। ॥୪॥


କିଶୋର କିଶୋରୀ ଯୁବକ ଯୁବତୀ

କୌତୂହଳେ ସତ୍ୟାନାଶ

ତପନ କିରଣ ହୋଇ ତେଜୀୟାନ

ତମସା ଘୋଟେ ଦିବସ। ॥୫॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational